
ଭୁବନେଶ୍ୱର– ବିଦ୍ୟୁତ ଚାଳିତ ଗାଡ଼ି ପାଇଁ ବଢୁଛି ଚାହିଦା । ଗତ ପାଞ୍ଚ ବର୍ଷ ଭିତରେ 8581 ଦୁଇ ଚକିଆ, 965 ତିନି ଚକିଆ, 854 ଚାରି ଚକିଆ, 73 ଟି ବସ ଯାହା ବିଦ୍ୟୁତ ଚାଳିତ, ତାହା ବିକ୍ରି ହୋଇଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଇଭି ଗାଡ଼ି ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କଲେଣି ୨୩୨ କୋଟି ଟଙ୍କା । ଏହି ଅର୍ଥ ସବସିଡ଼ି ଜରିଆରେ ଲୋକଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।