
ଭୁବନେଶ୍ୱର- ରାଜ୍ୟରେ 20,435 ଏକର ଅନାବାଦୀ ଜମି ଜବରଦଖଲ । ସର୍ବାଧିକ ଯାଜପୁର ଜିଲ୍ଲାରେ 7160 ଅନାବାଦୀ ଜମି ଜବରଦଖଲ ହୋଇଛି । ସମ୍ବଲପୁରରେ 4403 ଏକର ଅନାବାଦୀ ଜମି ଜବରଦଖଲ ହୋଇଥିବା ବେଳେ ମୟୁରଭଞ୍ଜରେ 2224 ଏକର ଅନାବାଦୀ ଜମି ଜବରଦଖଲ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି ।