
ରାୟପୁର– ସମୃଦ୍ଧ ଜୈବ ବିବିଧତା ଓ ଜୀବଜନ୍ତୁଙ୍କ ଦୁର୍ଲଭ ପ୍ରଜାତିର ଆବାସ ଭାବେ ପରିଚିତ ଛତିଶଗଡ ବସ୍ତରର କାଂଗେର ଘାଟି ନ୍ୟାସନାଲ ପାର୍କକୁ ୟୁନେସ୍କୋ 2025 ୱାର୍ଲ୍ଡ ହେରିଟେଜ ସାଇଟ୍ର ତାଲିକାରେ ସାମିଲ କରିଛି । ଏବେ ୱାର୍ଲ୍ଡ ହେରିଟେଜ ସାଇଟର ମାନ୍ୟତା ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ବର୍ଷକ ମଧ୍ୟରେ ସେମାନଙ୍କ ଦାବି ପୂରା ତଥ୍ୟର ସହିତ ଉପସ୍ଥାପନ କରିବାକୁ ପଡିବ ।
ୟୁନେସ୍କୋ ତାର ୱେବସାଇଟରେ କାଂଗେର ଘାଟିକୁ ଟେଂଟେଟିଭ ଲିଷ୍ଟର ସାମିଲ କରାଯିବା ନେଇ ସୂଚନା ଦେଇଛି । ଏବେ ଏହା ସମର୍ଥନରେ ବର୍ଷକ ମଧ୍ୟରେ ତଥ୍ୟାତ୍ମକ ତଥ୍ୟ ଦେବାକୁ ପଡିବ । ପ୍ରଥମ ଥର ଛତିଶଗଡକୁ କୌଣସି ସାଇଟରେ ଏହି ସୁଯୋଗ ମିଳିଛି । 200 ବର୍ଗ କିଲୋମିଟରରେ ପରିବ୍ୟାପ୍ତ କାଂଗେର ଘାଟି ନ୍ୟାସନାଲ ପାର୍କ ଅନେକ ଦିଗରୁ ଖାସ୍ ଅଟେ ।