
ଭୁବନେଶ୍ୱର– ମଙ୍ଗଳବାର ଦିନ ବିଧାନସଭାରେ ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ହାତାହାତି ହେବା ଘଟଣାରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯାହା ହୋଇଛି ରେକର୍ଡ ହୋଇକି ଅଛି, ଚାହିଁଲେ ଦେଖିପାରିବେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ମୁଁ ଚାହେଁ ନାହିଁ ।ତେବେ କୌଣସି ମନ୍ତ୍ରୀ ମନ୍ତ୍ରୀ ଉତର ରଖୁଥିବା ବେଳେ ମାଇକ ମୋଡ଼ିଦେବା, ପଢୁଥିବା କାଗଜ ଛଡ଼େଇ ନେବା ମୁଁ ୨୫ ବର୍ଷ ହେଲା ଦେଖି ନାହିଁ।
ଅପରପକ୍ଷରେ ସେ ଦେଇଥିବା ବିବାଦୀୟ ମନ୍ତବ୍ୟସମ୍ପର୍କରେ କହିଛନ୍ତି ଯେ ମୁଁ ଯାହା କହିଛି ମୋ ଷ୍ଟାଣ୍ଡରେ ପରିବର୍ତନ ନାହିଁ । ଗୋଟିଏ ମୁଖ୍ୟମନ୍ତ୍ରୀ, ୨୪ ବର୍ଷ ଓଡ଼ିଆ କହିଲା ନାହିଁ । କିନ୍ତୁ ମୁଁ ମୋ ଅଂଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେବ ମୁଁ କିଛି କହିପାରିବି ନାହିଁ । ସୁପ୍ରିମ କୋର୍ଟ କହିସାରିଛି ରାଜ୍ୟର ସଂଗୀତ କିମ୍ବା ପତାକା ହୋଇପାରିବ ନାହିଁ । ଗୋଟିଏ ଜାତୀୟ ପତାକା ଗୋଟେ ଜାତୀୟ ଗୀତ। ଉତ୍କଳ କଳିଙ୍ଗ କୋଶଳ ମିଶି ଓଡିଶା ତିଆରି ହୋଇଥିଲା । ବନ୍ଦେ ଉତ୍କଳ ଜନନୀରେ କେବଳ ଓଡିଶାର ପ୍ରଶଂସା ଅଛି, ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କି ଆପତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି? ବିକାଶ ସବୁ ଦିଗରେ ପହଂଚିବା କଥା, ସବୁ ଅଂଚଳର ଭାଷା ସଂସ୍କୃତି କୁ ସମ୍ମାନ ଦେବାର ଅଛି। ବିଜେଡ଼ିର ପଶ୍ଚିମ ଓଡିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି। ବିଜେଡ଼ି ପଶ୍ଚିମ ନୁହେଁ ଉପକୁଳ ଓଡିଶାରେ କଣ ବିକାଶ କରିଛି ହିସାବ ଦିଅନ୍ତୁ। ମୁଁ ଚାହୁଁଛି, ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ । ରାଜା ସ୍ୱାଇଁ ସମ୍ବଲପୁର ଅଂଚଳର ବିରୋଧୀ, ସେ ଓଡିଶା ବିଭାଜନର ମୂଳ କର୍ତା । ଯେଉଁ ମାନେ ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ପରିଚାଳିତ ସେମାନେ ଏସବୁ କଥା କହିବାର ତାଙ୍କର କଣ ଅଧିକାର ଅଛି।