
ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲିକତା ହାଇକୋର୍ଟର ଜଜ୍ ଜଷ୍ଟିସ୍ ଜୋୟମାଲା ବାଗଚିଙ୍କୁ ସୁପ୍ରିମକୋର୍ଟର ଜଜ୍ ରୂପେ ନିଯୁକ୍ତି କରିଛନ୍ତି । ଫଳରେ ଏବେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସ୍ୱୀକୃତ ସଂଖ୍ୟା ୩୪ ରହିଛି ।
ସୁପ୍ରିମକୋର୍ଟ କଲେଜିୟମ ଏହା ପୂର୍ବରୁ ମାର୍ଚ୍ଚ ୬ ରେ ଜଷ୍ଟିସ୍ ଜୋୟମାଲା ବାଗଚିଙ୍କୁ ସୁପ୍ରିମକୋର୍ଟର ଜଜ୍ ରୂପେ ନିଯୁକ୍ତ କରିବା ନେଇ ସୁପାରିଶ କରିଥିଲେ । ଜଷ୍ଟିସ୍ ଜୋୟମାଲା ବାଗଚି ୨୦୩୧ ମଇ ୨୬ ତାରିଖରେ ମୁଖ୍ୟ ବିଚାରପତି ହେବେ । ଜଷ୍ଟିସ୍ ବାଗଚିଙ୍କ ନାମ ସୁପାରିଶ କରିବା ସମୟରେ ସୁପ୍ରିମକୋର୍ଟ ର କଲେଜିୟମ୍ ଏହା ଉପରେ ମଧ୍ୟ ଧ୍ୟାନ ଦେଇଥିଲେ ଯେ, ପୂର୍ବତନ ଚିଫ୍ ଜଷ୍ଟିସ୍ ଅତଲମସ୍ କବୀରଙ୍କ ୨୦୧୩ ଜୁଲାଇ ୧୮ ରେ ଅବସର ପରେ କୋଲକାତା ହାଇକୋର୍ଟରୁ କେହି ଚିଫ୍ ଜଷ୍ଟିସ୍ ହୋଇପାରିନାହାଁନ୍ତି ।