ଭୁବନେଶ୍ୱର – ଆଜି ଭୁବନେଶ୍ୱର ଅଟୋ ଚାଳକ କଂ ଉପରେ ସତଚାଳିଶ ହଜାର ପାଞ୍ଚ ସହ ଟଙ୍କା ଜୋରିମାନା କରିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ I ନୂଆ ମୋଟର ଯାନ ଆଇନି ଲାଗୁ ହବାର ତିନି ଦିନ ପରେ ରାଜଧାନୀ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରେ ଏକ ଅଟୋ ଚାଳକ ଉପରେ ସତଚାଳିଶ ହଜାର ପାଞ୍ଚ ସହ ଟଙ୍କା ଜୋରିମାନା କରିଛି ,ଆରକ୍ଷୀ ବାହିନୀ କ କହିବା ଅନୁସାରେ ଅଟୋ ଚାଳକ ପାଖରେ ଗାଡିର କୌଣସି କାଗଜ ପତ୍ର ନଥିବାରୁ ତାଙ୍କ ଉପରେ ଫାଇନ କରାଯାଇଛି I ସାଧାରଣ ନିୟମ ଭାଙ୍ଗିଥିବାରୁ ପାଞ୍ଚଶହ ଟଙ୍କା ,ଅନଧିକୃତ ବ୍ୟକ୍ତି ଅଟୋ ଚଳାଉଥିବାରୁ ପାଞ୍ଚ ହଜାର ଟଙ୍କା , ବିନା ଲାଇନସସ ରେ ଚଳାଉଥିବାରୁ ପାଞ୍ଚ ହଜାର ଟଙ୍କା ,ମଦ୍ୟ ପାନ କରି ଅଟୋ ଚଳାଉଥିବାରୁ ଦଶ ହଜାର ଟଙ୍କା ,ପ୍ରଦୂଷଣ ପ୍ରମାଣ ପତ୍ର ନଥିବାରୁ ଦଶ ହଜାର ଟଙ୍କା ,ରସି ବୁକ ଏବଂ ଫିଟ୍ନେସ୍ସ ନଥିବାରୁ ପାଞ୍ଚ ହଜାର ଟଙ୍କା ,ଅଟୋ ଚଲେଇବା ପ୍ରମିସନ ନଥିବାରୁ ଦଶ ହଜାର ଟଙ୍କା ,ଏହି ଜୋରିମାନା ଟଙ୍କା ଚନ୍ଦ୍ରଶେଖର ପୁର ରେ ଥିବା ଡ୍ରାଇଭିଂ ଅଫିସ ରେ ଦାଖଲ କରିବାକୁ ଅଟୋ ଚାଳକ କୁ କୁହାଯାଇଛି I ଅଟୋ ଚାଳକ କହିବାନୁସାରେ ମୁ ଏହି ଅଟୋ ସାତ ଦିନ ତଳେ ପଚିଶି ହଜାରେ ରେ କିଣିଛି ମୋ ପାଖରେ ଅଟେ ପଇସା ନାହିଁ ମୁ ଜୋରିମାନା ଟଙ୍କା ଦେଇପାରିବିନି I
Related Stories
December 3, 2024