
ନୂଆଦିଲ୍ଲୀ– ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ଗୃହରେ ମତଦାତା ତାଲିକାରେ ଅନିୟମିତତା ପ୍ରସଙ୍ଗ ଉଠାଇଛନ୍ତି ଏବଂ କହିଛନ୍ତି ଯେ, ସାରା ଦେଶରେ ଏହାର ଅଭିଯୋଗ ଆସୁଛି । ଅଣଏନଡିଏ ଶାସିତ ରାଜ୍ୟରୁ ଏହି ପ୍ରସଙ୍ଗ ଉଠୁଛି । ରାହୁଲ ବିଶେଷ ଭାବେ ମହାରାଷ୍ଟ୍ରର ଉଦାହରଣ ଦେଇଛନ୍ତି । ପୂରା ବିରୋଧୀ ଚାହୁଁଛନ୍ତି ଯେ, ଗୃହରେ ଭୋଟର ଲିଷ୍ଟ ଉପରେ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି ।
ଲୋକସଭାରେ ଶୂନ୍ୟ କାଳରେ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧି ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହା ଠିକ୍ ଯେ, ସରକାର ଭୋଟର ଲିଷ୍ଟ ବନାଉନାହାନ୍ତି କିନ୍ତୁ ବିରୋଧୀ ଚାହୁଁଛନ୍ତି ଯେ,ଏହି ପ୍ରସଙ୍ଗ ଉପରେ ଗୃହରେ ଚର୍ଚ୍ଚା ହେଉ । ରାଜ୍ୟ ଓ ପୂରା ଦେଶରେ ଭୋଟର ଲିଷ୍ଟ ଉପରେ ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ପୂରା ବିରୋଧୀ ସଂସଦରେ ଭୋଟର ଲିଷ୍ଟ ଉପରେ ବିସ୍ତୃତ ଚର୍ଚ୍ଚା କରିବାକୁ ଦାବି କରିଛନ୍ତି ।