
ସିଧି– ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ସିଟି କୋତୱାଲି ଥାନା ଅଂଚଳରେ ରବିବାର ରାତି ଗୋଟାଏ ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ଓ ଜିପ୍ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 8ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 14ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ 7ଜଣ ଗୁରୁତରଙ୍କୁ ରୀଭା ମେଡିକାଲ ହସ୍ପିଟାଲ ରେଫର କରାଯାଇଛି । ମୃତକଙ୍କ ମଧ୍ୟରେ 5ଜଣ ମହିଳା ଓ ତିନିଜଣ ପୁରୁଷଙ୍କ ସହିତ 6ଜଣ ପିଲା ବି ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଡ.ମୋହନ ଭାଗବତ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଦୁଇ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।