
ନୂଆଦିଲ୍ଲୀ– କେନ୍ଦ୍ର ମତ୍ସ୍ୟ ପାଳନ, ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟ ଅଧୀନ ମତ୍ସ୍ୟ ପାଳନ ବିଭାଗ ଆଜି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମତ୍ସ୍ୟ ପାଳନ ଷ୍ଟାର୍ଟଅପ କନକ୍ଲେଭ ୨.୦ ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ରାଜୀବ ରଂଜନ ସିଂହ ଓରଫ୍ ଲଲନ ସିଂହ, ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟନ ଓ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର.ଏସପି ସିଂହ ବଘେଲ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ମତ୍ସ୍ୟ ପାଳନ ଷ୍ଟାର୍ଟଅପ୍ ଓ ଶିଳ୍ପପତିମାନେ ସାମିଲ ହେବେ ।