
ଭୁବନେଶ୍ୱର– ସୁଭଦ୍ରାର ଦ୍ୱିତୀୟ କିସ୍ତିରେ 5ହଜାର କୋଟିର ଆର୍ଥିକ ସହାୟତା ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଆକାରରେ ପାଖାପାଖି ୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବାରୁ ଧନ୍ୟବାଦ ।
ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମାଆ ଭଉଣୀମାନେ ଉପକୃତ ହେବେ । ଏହି ମହିଳା କଲ୍ୟାଣକାରୀ ଯୋଜନା ଡବଲ ଇଞ୍ଜିନ ସରକାରର ମହିଳା ସଶକ୍ତୀକରଣ ସଂକଳ୍ପକୁ ଅଧିକ ସୁଦୃଢ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।