
ଭୁବନେଶ୍ୱର– ସ୍ୱର୍ଗତ କୁମକୁମ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦଙ୍କ ଧର୍ମପତ୍ନୀ ସ୍ୱର୍ଗତ କୁମକୁମ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କଲି । ସେ ମୋର ମାତୃତୂଲ୍ୟ ଥିଲେ । ପରିବାରର ଜଣେ ସଦସ୍ୟ ହିସାବରେ ମାଉସୀଙ୍କ ବିୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ଅମର ଆତ୍ମାର ସଦଗତି କାମନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ।