
ଲଣ୍ଡନ, ଭାରତୀୟ ବୈଦେଶିକ ଡ.ଏସ ଜୟଶଙ୍କର ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏଠାରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟର୍ମରଙ୍କୁ ଭେଟିଛନ୍ତି । ଏହି ଅବସରରେ ଜୟଶଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ 10 ଡାଉନିଂଗ ଷ୍ଟ୍ରିଟରେ ସାକ୍ଷାତ ହୋଇଛି । ଜୟଶଙ୍କର ଏହି ସାକ୍ଷାତର ବିବରଣୀ ଓ କିଛି ଫଟୋ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।