-
ଶନିବାର ବିଭିନ୍ନ ଚାଷୀ ନେତାଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର – ସମଗ୍ର ରାଜ୍ୟରେ ଚାଷୀକୁଳ ଅସୁରକ୍ଷିତ । ବିଗତ ୬ ବର୍ଷଧରି କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ୨୦ ବର୍ଷ ଶାସନ କାଳରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ଚାଷୀଙ୍କ ବିକାଶ ପାଇଁ ଏହି ଉଭୟ ସରକାରର ପ୍ରଚାର ଓ ପ୍ରସାର ସର୍ବସ୍ୱ ହୋଇଛି । ତେଣୁ କଂଗ୍ରେସ ଦଳ ଏକ ନୂତନ ଦିଶା ନେଇ ଚାଷୀମାନଙ୍କର ସାମଗ୍ରୀକ ବିକାଶ ଦିଗରେ ହକ୍ ଦାବୀ ହାସଲ ପାଇଁ ପ୍ରୟାସ ନେଇଛି । ତେଣୁ ଆସନ୍ତାକାଲି (ଶନିବାର) ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ସୋଲାଙ୍କି ି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଗସ୍ତକରି କିଷାନ କଂଗ୍ରେସ ତଥା ରାଜ୍ୟର ବହୁ ଚାଷୀନେତାମାନଙ୍କ ବୈଠକରେ ଯୋଗ ଦେବାପାଇଁ କାର୍ଯ୍ୟକ୍ରମ ରହିଛି । ଏଣୁ ପିସିସି କିଷାନ କଂଗ୍ରେସ ରାଜ୍ୟ କମିଟିର ସମସ୍ତ କର୍ମକର୍ତା, ସମସ୍ତ ଜିଲା ଓ ବ୍ଳକ ସଭାପତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।