
ୱାଶିଂଟନ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଭାରତୀୟ ସମୟାନୁସାରେ ବୁଧବାର ଦିନ ଆମେରିକା କଂଗ୍ରେସର ସଂଯୁକ୍ତ ଅଧିବେଶନକୁ ସଂବୋଧିତ କରିଛନ୍ତି। ଦ୍ୱିତୀୟ କାର୍ଯ୍ୟଳୟର ପ୍ରଥମ ସମ୍ବୋନ୍ଧନରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ବିଜୟ ଉତ୍ସବ ପାଳନ କରିଥିଲେ।ବର୍ତ୍ତମାନ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି।ସେ ତାଙ୍କର ସବୁଠାରୁ ବଡ ସଫଳତାକୁ ମଧ୍ୟ ଗଣନା କରିଥିଲେ। ଏଥିମଧ୍ୟରେ ଆମେରିକାର ଗଲ୍ଫର ନାମ ପରିବର୍ତ୍ତନ ,ଟ୍ରାନ୍ସଜେଣ୍ଡର ବିଚାରଧାରା ଉପରେ ଆକ୍ରମଣ ,ଇମିଗ୍ରେସନ ଉପରେ କଟକଣା ଲଗାଇବା ଏବଂ ସରକାରରେ ବିବିଧତା ପଦକ୍ଷେପ ବିଲୋପ କରିବା ଅନ୍ତର୍ଭୁକ୍ତ।
ଦ ୱାଲ ଷ୍ଟ୍ରିଟ ଜନରଲ ଖବର ଅନୁସାରେ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସୁବର୍ଣ୍ଣ ଯୁଗ ବର୍ତ୍ତମାନ ଆରମ୍ଭ ହୋଇଛି।ଏହା ଏପରି କିଛି ହେବ ଯାହା ପୁର୍ବରୁ କେବେ ଦେଖାଯାଇନଥିଲା।ଏହି ସମୟରେ ରିପବ୍ଲିକନ ଠିଆ ହୋଇ ଜୋରରେ କରତାଳି ଦେଇଥିଲେ।ଏହି ସମୟରେ କିଛି ଡେମୋକ୍ରେଟସ ରାଷ୍ଟ୍ରପତିଙ୍କ ସମ୍ବୋନ୍ଧନରେ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ।ସାର୍ଜେଟ ଅଫ ଆମର୍ସ ଅଲ ଗ୍ରୀନ (ଡୀ ଟେକ୍ସାସ )କୁ ବହିଷ୍କାର କରିଥିଲେ।କିଛି ଡେମୋକ୍ରାଟିକ ସାଂସଦ ତାଙ୍କର ଭାଷଣ ଆରମ୍ଭ ହେବା ପୁର୍ବରୁ ବାହାରକୁ ଯାଇଥିଲେ।
ରାଷ୍ଟ୍ରପତି ଟ୍ରମ୍ପ କଂଗ୍ରେସକୁ ବିଡେନ -ଯୁଗର କାନୁନକୁ ରଦ୍ଦ କରିବାକୁ ଆହ୍ୱାନ କରିଛନ୍ତି।ଟ୍ରମ୍ପ ତାଙ୍କ ଉଦଘାଟନୀ ଭାଷଣରେ ଇମିଗ୍ରେସନ ସଫଳତାକୁ ପ୍ରଶଂସା କରାଯାଇଥିଲା।ସେ କଂଗ୍ରେସକୁ ପିଲାମାନଙ୍କ ଉପରେ ଲିଙ୍ଗ -ସମ୍ବନ୍ଧୀ ଅସ୍ତ୍ରୋପଚାର ଉପରେ ସ୍ଥାୟୀ ଭାବେ ନିଷିଧ ତଥା ଅପରାଧିକରଣ କରୁଥିବା ବିଲ ପାରିତ କରିବାକୁ ଆହ୍ୱାନ କରିଛନ୍ତି।