
ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଉତରାଖଣ୍ଡରେ ଦୁଇଟି ରୋପୱେ ପ୍ରକଳ୍ପର ବିକାଶକୁ ମଂଜୁରୀ ଦିଆଯାଇଛି । ଏଥିରେ ସୋନପ୍ରୟାଗରୁ କେଦାରନାଥ ଯାଏ 12.9 କିଲୋମିଟର ଦୀର୍ଘ ଓ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ 12.4 କିଲୋମିଟର ଦୀର୍ଘ ରୋପୱେ ପ୍ରକଳ୍ପର ବିକାଶକୁ ମଂଜୁରୀ ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ମିଡିଆ ସେଂଟରରେ ପ୍ରେସମିଟରେ ମନ୍ତ୍ରିମଣ୍ଡଳପର ନିଷ୍ପତି ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୋନପ୍ରୟାଗରୁ କେଦାରନାଥ ଯାଏ 12.9 କିଲୋମିଟର ଦୀର୍ଘ ପ୍ରକଳ୍ପକୁ 4,081.28 କୋଟି ଟଙ୍କାର ପୁଂଜି ବିନିମୟରେ ଡିଜାଇନ, ନିର୍ମାଣ, ଅର୍ଥ, ସଂଚାଳନ ଓ ହସ୍ତାନ୍ତରଣ ମୋଡରେ ବିକଶିତ କରାଯିବ । ରୋପୱେକୁ ସାର୍ବଜନିକ-ଘରୋଇ ଭାଗିଦାରିରେ ବିକଶିତ କରିବାର ଯୋଜନା ରହିଛି ଏବଂ ଏହା ସବୁଠୁ ଉନ୍ନତ ଟ୍ରାଇ-କେବୁଲ ଡିଟାଚେବୁଲ ଗୋଂଡାଲା ଟେକ୍ନୋଲୋଜିରେ ଆଧାରିତ, ଯାହାର ଡିଜାଇନ୍ କ୍ଷମତା 1800 ଯାତ୍ରୀ ପ୍ରତି ଘଂଟା ପ୍ରତି ଦିଶା ହେବ ଏବଂ ଏହା ପ୍ରତିଦିନ 18,000 ଯାତ୍ରାକୁ ନେବ ।