
ପାରାଦ୍ୱୀପ- ପାରାଦ୍ୱୀପ ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ କଇଁଚ ମରି ପଡିଥିବାର ଦେଖିବାକୁ ମିଳିଛି। ଏହି ମୃତ କଇଁଚ ଗୁଡିକର ପଚା ଗନ୍ଧ ଦ୍ବାରା ପୁରା ସମୁଦ୍ର କୂଳର ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକ ମାନେ ସେହିପାଖ ଦେଇ ଯିବା ଆସିବା ପାଇଁ ଇଚ୍ଛା କରୁନାହାନ୍ତି। କଇଁଚ ମାନଙ୍କର ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ପାରାଦ୍ୱୀପର ଆଞ୍ଚଳିକ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ। ଖୁବ ଶୀଘ୍ର ଏକ ବିଶେଷଜ୍ଞ ଟିମ୍ ଏହାର ଅନୁଧ୍ୟାନ ଲାଗି ପାରାଦ୍ୱୀପ ଆସିବେ ବୋଲି କହିଛନ୍ତି ସମ୍ପୃକ୍ତ ଅଧିକାରୀ। ତେବେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି ବିଭିନ୍ନ ପ୍ରକାରର , କିଏ କହୁଛନ୍ତି ଯେ ପିପିଏଲ ଓ ଇଫକୋର ଜିପସମ ପଣ୍ଡର ବର୍ଜ୍ଜ୍ୟବସ୍ତୁ ସମୁଦ୍ର ଭିତରକୁ ନିଷ୍କାସିତ ଯୋଗୁ ହେଉଛି ତ ଆଉ କିଛି କହୁଛନ୍ତି ତୈଳ ବିଶୋଧନାଗାରର ବର୍ଜ୍ୟବସ୍ତୁ ନିଷ୍କାସିତ ଯୋଗୁ, ଆଉ କିଛି ଲୋକ କହୁଛନ୍ତି ଯେ ପଣ୍ୟ ଜାହାଜ ଓ ମାଛଧରା ଟ୍ରଲର ଗୁଡିକ ନିଜର ବର୍ଯ୍ୟବସ୍ତୁ ସମୁଦ୍ର ଭିତରକୁ ନିଷ୍କାସିତ କରିବା ଯୋଗୁ ସମୁଦ୍ର ଜଳ ପ୍ରଦୂଷଣ ହେଉଛି ଏବଂ ଏଥି ଯୋଗୁ କଇଁଚ ମାନଙ୍କର ମୃତ୍ୟୁ ହେଉଛି ।ତେବେ ଏହି ସବୁ କାରଣର ସତ୍ୟାସତ୍ୟ ଅନୁସନ୍ଧାନ କରି ଖୁଲାସ କରିବା ପାଇଁ ଖୁବ ଶୀଘ୍ର ଏକ ବିଶେଷଜ୍ଞ ଟିମ୍ ପାରାଦୀପ ଆସୁଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO