
ଭଦ୍ରକ – ଶେଷରେ ମଦ ପିଇ ଗାଡି ଚଲାଇବା ମହଙ୍ଗା ପଡିଲା ଦୀପକଙ୍କୁ। ସହରାଳ ଥାନା ଅଧୀନସ୍ଥ ବନ୍ତଛକରେ ପୁଲିସ୍ ପାଟ୍ରୋଲିଂ ଡୁ୍ୟଟି କରୁଥିବାବେଳେ ଜଣେ ମୋଟର ସାଇକେଲ୍ ଆରୋହୀଙ୍କୁ ଅଟକାଇଥିଲେ। ଭଦ୍ରକ ଗ୍ରାମାଳ ଥାନା ଅଧୀନସ୍ଥ ନୂଆସାହି ଗ୍ରାମର ଲୋକା ଦେଓଗମଙ୍କ ପୁତ୍ର ଦୀପକ (୨୪) ନିଜର ଓଡି-୨୨-୯୭୫୭ ନମ୍ବରର ହିରୋ ସିଡି ଡିଲକ୍ସ ମୋଟର ସାଇକେଲ୍ ନେଇ ଆସୁଥିବାବେଳେ ପାଟ୍ରୋଲିଂ ପୁଲିସ୍ ହାବୁଡରେ ପଡିଥିଲେ। ପୁଲିସ୍ ତାଙ୍କୁ ଗାଡିର କାଗଜପତ୍ର ମାଗିବାରୁ ସେ ତା ଦେଖାଇପାରିନଥିଲେ। ପରେ ପୁଲିସ୍ ହେଲମେଟ୍ ଓ ଗାଡି କାଗଜପତ୍ର ନଥାଇ ଗାଡି ଚଲାଉଥିବା ଦୀପକଙ୍କୁ ସନ୍ଦେହ କରି ଡାକ୍ତରୀମାଇନା କରିବାରୁ ସେ ମଦ ପିଇଥିବାର ଜଣାପଡିଥିଲା। ଫଳରେ ମୋଟର ଯାନ ଆଇନ୍ର ଦଫା ୧୮୫ / ୧୯୨ / ୧୯୬ / ୧୭୭ ମୂଳେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଯାହାକି କୋର୍ଟରେ ୟୁଆଇ କେଶ୍ ଏନ୍ଆଇ ୧/୧୯ ମୂଳେ ରୁଜୁ ହୋଇଛି। ଏହି ଦଫାଗୁଡିକ ଜାମିନ୍ େଯାଗ୍ୟ ହୋଇଥିବାରୁ ତାଙ୍କୁ ଜାମିନ୍ ମିଳିଥିଲେ ବି ଜାମିନଦାର ଦେଇନପାରିବାରୁ ମାନ୍ୟବର କୋର୍ଟ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି। ମଦୁଆ ଗାଡି ଚାଳକ ଭାବେ ଭଦ୍ରକରେ ଜେଲ୍ ଯିବାରେ ଏହା ପ୍ରଥମ ଘଟଣା।