
କନ୍ଧମାଳ – କନ୍ଧମାଳ ଜିଲ୍ଲାର ୧୭୧ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ମିଶନ-୧୭୧ କାର୍ଯ୍ୟକ୍ରମ ଦେଶର ପ୍ରମୁଖ ସ୍କଚ୍ ଗୃପ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ସ୍କଚ୍ ଆୱାର୍ଡ ଦୋ÷ଡ ତାଲିକାରେ ସାମିଲ ହୋଇଛି । ମିଶନ ୧୭୧ର ସଂଯୋଜକ ତଥା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ମନୋଜ କୁମାର ଦାସ ଦିଲ୍ଲୀ ଯାଇ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ଏହା ବିଚାରକ ମଣ୍ଡଳୀକୁ ପ୍ରଭାବିତ କରିବାସହ ଏହାକୁ ସମ୍ମାନ ପ୍ରଦାନ ଦୋ÷ଡରେ ତାଲିକାଭୁକ୍ତ କରାଯାଇଛି । ଦେଶର ବିଭିନ୍ନ ଅଂଚଳର ସର୍ବାଧିକ ଆଦୃତ ସରକାରୀ କାର୍ଯ୍ୟକ୍ରମ, ପ୍ରକଳ୍ପ ଏହି ଦୋ÷ଡରେ ସାମିଲ ହୋଇଥିବା ବେଳେ ଟ୍ୱିଟର ମାଧ୍ୟମରେ ଏହାର ଫାଇନାଲ ଭୋଟ ଆହ୍ୱାନ କରାଯାଇଛି । ୧୬ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଥିପାଇଁ ଭୋଟ ଗ୍ରହଣ ହେବ । ୧୪ ତାରିଖ ରାତି ୯ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ସ୍କଚର ମୁଖ୍ୟ ପରିଚାଳକ ଅଧିକାରୀ ଦୀପକ ଦଲାଲ ସୂଚନା ଦେଇଛନ୍ତି ।
କନ୍ଧମାଳରେ କାର୍ଯ୍ୟକାରୀ ହେଉଥିବା ମିଶନ-୧୭୧ ପ୍ରକଳ୍ପ ସାମିଲ୍ ହେବା ସହିତ ଅନ୍ୟଏକ ମାଣ୍ଡିଆ ଯୋଜନା ଉପରେ ଏକ ପ୍ରକଳ୍ପ ମଧ୍ୟ ସାମିଲ୍ ହୋଇଛି । ତେବେ, ଗତବର୍ଷ ଠିକ୍ ଏହି ମାସରେ କନ୍ଧମାଳ ଜିଲ୍ଲା ସର୍ବଭାରତୀୟ ସ୍ତରରେ ମନରେଗା ଯୋଜନା ପାଇଁ ପୁରସ୍କୃତ ହୋଇଥିବା ବେଳେ ଚଳିତବର୍ଷ କନ୍ଧମାଳ ଜିଲ୍ଲା ପାଇଁ ପୁଣି ଏକ ସୁଯୋଗ ଆସିଛି । ସମୟସୀମା ମଧ୍ୟରେ ଯେଉଁ ପ୍ରକଳ୍ପ ଅଧିକ ଭୋଟ୍ ପାଇବ ତାହାକୁ ମର୍ଯ୍ୟାଦାଜନକ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ । ତେଣୁ, ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସଂଖ୍ୟାରେ କନ୍ଧମାଳବାସୀ ତଥା ଓଡିଶାବାସୀ ଟ୍ୱିଟର ମାଧ୍ୟମରେ ଭୋଟ୍ ଦେବାକୁ ମିଶନ-୧୭୧ ପକ୍ଷରୁ ଆହ୍ୱାନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରେ କୃଷି ଓ କୃଷକ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳ ଡା.ବୃନ୍ଦା ଡି. ଗତ ୨୦୧୮ ଅକ୍ଷୟ ତୃତୀୟା ଦିନ ଏହି ମିଶନ ୧୭୧ ପରିକଳ୍ପନା ଆରମ୍ଭ କରିଥିଲେ । ଏହା କୋ÷ଣସି ନୂତନ ଯୋଜନା ନୁହେଁ, କେବଳ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଚାଲିଥିବା ଯୋଜନା ସବୁକୁ ଏକତ୍ର କରି ଚାଷୀଙ୍କ ପାଖରେ ପଂହଚାଇବା ଏହାର ଉଦ୍ଦେଶ୍ୟ । ଗୋଟିଏ ଗ୍ରାମର ଏକ ବା ଏକାଧିକ ଚାଷୀଙ୍କର ଗୋଟିଏ ସ୍ଥାନରେ ଥିବା ୫ରୁ ୧୦ ଏକର ଜମିରେ ଫଳ ବଗିଚା ସୃଷ୍ଟି କରିବା ସହ ବଗିଚା ମଧ୍ୟରେ ଅନ୍ତଃଚାଷ ଭାବେ ପନିପରିବା, କୁକୁଡ଼ା ପାଳନ, ଛେଳି ପାଳନ, ଛତୁ ଚାଷ, ମାଛ ଚାଷ ଆଦି କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏଥିପାଇଁ ପ୍ରଥମ ଦଫାରେ ଜିଲ୍ଲାର ୧୭୧ଟି ପଂଚାୟତର ଗୋଟିଏ ଗୋଟିଏ ଗ୍ରାମକୁ ବଛାଯାଇ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହା ସଫଳ ହେଉଥିବା ଦେଖିବାକୁ ମିଳିଛି । ଏହା ଏକ ଅଭିନବ ଯୋଜନା ଥିବାବେଳେ ରାଜ୍ୟ ସରକାର ମଧ୍ୟ ଏହାର ପ୍ରଶଂସା କରିବାସହ ଏହି ଯୋଜନା ଆଧାରରେ ଏପିସିଟିଆର ଆରମ୍ଭ କରିଛନ୍ତି ଯାହାକି ରାଜ୍ୟର ୧୨ଟି ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇଛି ।