
ନୂଆଦିଲ୍ଲୀ– ଦେଶର ପ୍ରତିଷ୍ଠିତ ଭାରତୀୟ ଜନସଂଚାର ସଂସ୍ଥାନର 56ତମ ଦୀକ୍ଷାନ୍ତ ସମାରୋହରେ ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ ଆଇଆଇଏମସିର ମହାତ୍ମା ଗାନ୍ଧି ମଂଚରେ ହେବ । ଆଇଆଇଏମସିର କୁଳାଧିପତି ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଦ୍ୟାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବେ ।