
ଗଞ୍ଜାମ – ପବିତ୍ର ବସନ୍ତ ପଂଚମୀ ଅବସରରେ ଉତ୍କଳ ଜନନୀଙ୍କ ବରେଣ୍ୟ ବରପୁତ୍ର କାଳଜୟୀ ସ୍ରଷ୍ଟା କବିସୂର୍ଯ୍ୟ ବଳଦେବ ରଥଙ୍କ ପୂଣ୍ୟ ଜୟନ୍ତୀ ତିଥିରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଅବସ୍ଥିତ କବିସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତିରେ ଉତ୍କଳ ସମ୍ମିଳନୀ ତରଫରୁ ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ଡାକ୍ତର ସମରେନ୍ଦ୍ର କୁମାର ସାହୁ, କେଦାରନାଥ ପଣ୍ଡା, ସମୀର କୁମାର ସାବତ, ତାରିଣୀ ପ୍ରସାଦ ନାୟକ ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।