
କନ୍ଧମାଳ – ଖଜୁରୀପଡା ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚାର୍ମ ପକ୍ଷରୁ ନାଲକୋର ଅଲିଅଳି ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତି ମଲିକ, ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ସମିତିସଭ୍ୟା ଗୀତାଂଜଳୀ ସାହୁ, ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ କୃପାସିନ୍ଧୁ ସାହୁ, ବିଇଓ ରଂଜନ କୁମାର କହଁର, ଏବିଇଓ ଜ୍ୟୋସ୍ନାରାଣୀ ମଲିକ, ପ୍ରଧାନ ଶିକ୍ଷକ ପ୍ରଭାସ ମିଶ୍ର, ଅଲେଖ କୁମାର ଦାସ, ରଜତ କୁମାର ପାଢୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଅଲିଅଳି ଝିଅ କାର୍ଯ୍ୟକ୍ରମରେ ମୋଟ ୩୫୦ ଜଣ ଛାତ୍ରୀଙ୍କୁ କିଟ୍ ବଂଟନ କରିଥିଲେ ।
ସଦସ୍ୟ ସଂପାଦକ ବିଷ୍ଣୁଚରଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟ ଶ୍ରୀପତି ପାତ୍ର, ସ୍ୱାଗତିକା ପ୍ରଧାନ, ଶିବବ୍ରତ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କସ୍ତୁରବା ଗାନ୍ଧୀ ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।