କୃଷି ବିଭାଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ରବି ରତୁରେ ଜିଲ୍ଲାରେ ୪୩ ହଜାର୯୪୧ ହେକ୍ଟର ଜମିରେ ଧାନ ଚାଷ ସହିତ ପନିପରିବା, ଡାଲିଜାତୀୟ ଫସଲ ଚାଷ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ଉପନିର୍ଦ୍ଦେଶକ କୃଷି ବିଭାଗ ପକ୍ଷରୁ ଗୃହରେ ଉପସ୍ଥାପନା କରିଥିଲେ । ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଓ ଧାମନଗର ବ୍ଳକର ୯୧ଟି ସମୁଦ୍ର ଉପକୂଳବର୍ତୀ ଓ ଲୁଣା ପ୍ରବଣ ଅଂଚଳରେ ମେଘା ବୃହତ୍ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପ କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ୪ଟି ବ୍ଲକର ୯୧ଟି ପଂଚାୟତର ୫୦୪ଟି ଗ୍ରାମର ୫୬୯୧୩୮ ଲୋକ ଉପକୃତ ହେବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ଜିଲ୍ଲାରେ ଆବଶ୍ୟକଥିବା ଅଂଚଳରେ ପାନୀୟଜଳ ନିମନ୍ତେ ଅଧିକ ନଳକୂପ ସ୍ଥାପନ ଉପରେ ଆଲୋଚନା କରାଯାଇଥିଲା । ଶିକ୍ଷାବିଭାଗ ଉପରେ ଗୃହରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି । ତୁରନ୍ତ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଏବଂ ବିଦ୍ୟାଳୟମାନଙ୍କରେ ମଧ୍ୟ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଉପଯୁକ୍ତମାନର ଖାଦ୍ୟଦିଆଯିବାକୁ ନେଇ ଗୃହରେ ଆଲୋଚନା କରାଯାଇଥିଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଭଦ୍ରକ ଜିଲ୍ଲାର ୨୦୧୯ -୨୦ ଆର୍ଥିକ ବର୍ଷରେ୪୦ହଜାର ଗୃହନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ସେଥିମଧ୍ୟରୁ ଅଦ୍ୟାବଧି ୧୦ହଜାର ହିତାଧିକାରୀଙ୍କ ଗୃହନିର୍ମାଣ ଶେଷ ହୋଇଛି ଏବଂ ଅବଶିଷ୍ଟ ହିତାଧିକାରୀ ତୁରନ୍ତ ଗୃହନିର୍ମାଣ ଶେଷ କରାଯିବାକୁ ନେଇ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପରେ ଆଲୋଚନା କରାଯାଇ ଥିଲା । ଏହି ଯୋଜନା ଜରିଆରେ ପ୍ରତ୍ୟେକ ପଂଚାୟତରେ ରୁରାଲ୍ ପାର୍କ ନିର୍ମଣ ସହ ବଡ଼ପୋଖରୀ ଗୁଡ଼ିକୁ ପୁନଉଦ୍ଧାର କରାଯାଇ ତାର ସୌନ୍ଦର୍ଯ୍ୟକରଣ କରାଯିବାକୁ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୋସ୍ନାରାଣୀ ମହାନ୍ତିଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
January 16, 2025