![](https://indokalingtimes.com/wp-content/uploads/2019/09/IKT-logo.jpg)
କେନ୍ଦୁଝର- ଆଜି ବୁଧବାର ଦିନ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏ କୁ ବିରୋଧ କରି କେନ୍ଦୁଝର ବନ୍ଦ ଡାକରା ପରିପ୍ରେକ୍ଷିରେ କେନ୍ଦୁଝରରେ ଦେଶ ବିରୋଧୀ ନାରା ସହ ପାକିସ୍ଥାନ ଜିନ୍ଦାବାଦ ସ୍କୋଗାନ କୁ ନେଇ ସହରବାସୀ ଙ୍କର ପ୍ରବଳ ବିରୋଧ ଫଲରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଏଥିରେ ୩୦ ରୁ ଉର୍ଦ୍ଧ ଆନେ୍ଦାଳନକାରୀ ପୋଲିସ ଦ୍ୱାରା ଅଟକ ରହିଥିଲେ । ବୁଧବାର ଦିନ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏ କୁ ବିରୋଧ କରି କେନ୍ଦୁଝର ସହର ସ୍ଥିତ ଗାନ୍ଧି ଛକ ଠାରେ ସକାଳୁ ପ୍ରାୟ ୪୦ ରୁ ୫୦ ମହିଳା ଓ ପୁରୁଷ ଆସି ୨୦ ନଂ ଏବଂ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସେଠାରେ ଧୀରେ ଧୀରେ ଲୋକ ଜମା ହେବାକୁ ଲାଗିଥିଲେ । ଏହାପରେ ଆନେ୍ଦାଳନକାରୀ ମାନେ ସିଏଏ କୁ ବିରୋଧ କରିବାକୁ ଯାଇ ଦେଶ ବିରୋଧୀ ନାରା ଦେବା ସହ ପାକିସ୍ଥାନ ଜିନ୍ଦାବାଦ ନାରା ଦେବାକୁ ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ନିକଟରେ ଉପସ୍ଥିତ ଥିବା ଜନସାଧାରଣ ଏହାକୁ ଘୋର ବିରୋଧ କରିଥିଲେ ହେଲେ ଆନେ୍ଦାଳନକାରୀ ମାନେ ଜନସାଧାରଣ ଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ସହ ଜୀବନ ରେ ମାରେ ଦେବାକୁ ଧମକ ଦେଇଥିଲେ । ଏହି ଘଟଣା ସହର ରେ ପ୍ରଚାର ହେବା ମାତ୍ରେ ହଜାର ହଜାର ଲେକ ସେଠାରେ ଏକାଠି ହୋଇଯାଇଥିଲେ , ଫଳରେ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ସହରବାସୀ ମାନେ ମଧ୍ୟ ଏକାଠି ହୋଇ ଭାରତମାତା କି ଜୟ , ବନେ୍ଦ ମାତରମ ଆଦି ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା । ପୋଲିସ କୁ ଖବର ଦିଆଯାଇଥିଲେ ସୁଦ୍ଧା ପୋଲିସ ଅନେକ ଡେରିରେ ଘଟଣା ସ୍ଥଳରେ ପହଂଚିଥିଲା । ଉତେଜନାକୁ ଦେଖି ପୋଲସ ପ୍ରାୟ ୩୦ ରୁ ଉର୍ଦ୍ଧ ଆନେ୍ଦାଳନକାରୀ ଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତବନ୍ଦର ପ୍ରଭାବ ପ୍ରାୟ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳି ନଥିଲା । ଜିଲ୍ଲାର ମୁଖ୍ୟାଳୟରେ ଜୀବନ ଯାତ୍ରା ସ୍ୱଭାବିକ ଥିଲା । ଯାତ୍ରୀବାହୀ ବସ ଚଳାଚଳ କରୁଥିଲା ।ସ୍କୁଲ କଲେଜ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ଆଦି ସବୁ ସ୍ୱଭାବିକ ଥିଲା । ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଅନୁରୁପ ଅବସ୍ଥା ଦେକିବାକୁ ମିଳିଥିଲା ।