
ଭୁବନେଶ୍ୱର, ଆଜି ତା ୧୯/୦୨/୨୦୨୫ରିଖରୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ହରିୟାଣା ଓ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ହରିୟାଣାରେ ଅନୁଷ୍ଠିତ ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ କ୍ରାଫ୍ଟସ ମେଳା – ୨୦୨୫ ରେ ଯୋଗ ଦେବେ। ଓଡିଶାର ଐତିହ୍ୟ ଓ ପରମ୍ପରାକୁ ନେଇ ଆୟୋଜିତ ଏହି ମେଳାର ସ୍ୱତନ୍ତ୍ର ଆକର୍ଷଣ ଓଡିଶା ଥିମ ପାଭିଲିୟନ କୁ ପରିଦର୍ଶନ କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।