
ନୂଆଦିଲ୍ଲୀ -ଜ୍ଞାନେଶ କୁମାର ଦେଶର ନୁତନ ମୁଖ୍ୟ ନିର୍ବାଚନ କମିଶନର ହେବେ। ସେ ରାଜୀବ କୁମାରଙ୍କ ସ୍ଥାନ ନେବେ।ଆଇନ ମନ୍ତ୍ରାଳୟ ଏହି ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରିଛନ୍ତି। ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆଜି ସମାପ୍ତ ହୋଇଛି।
ଗତବର୍ଷ ମାର୍ଚ୍ଚରେ ନିର୍ବାଚନ କମିଶନର ଭାବରେ ନାମିତ ହୋଇଥିବା ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ।ସେ ଏହି ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ବଙ୍ଗାଲ ,ଆସାମ ଏବଂ ତାମିଲନାଡୁରେ ହେବାକୁ ଥିବା ନିର୍ବାଚନର ତଦାରଖ କରିବେ।ଏହା ସହିତ 2027ରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳରେ ରହିବେ।କେରଳ କ୍ୟାଡରର 1988 ବ୍ୟାଚର ଆଇଏଏସ ଅଧିକାରୀ ଜ୍ଞାନେଶ କୁମାର,ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲରେ ଦୁଇଜଣ କମିଶନରଙ୍କ ମଧ୍ୟରେ ବରିଷ୍ଠ।