
ଟୋରଣ୍ଟୋ-କାନାଡାରେ ଟୋରଣ୍ଟୋ ପିୟର୍ସନ ବିମାନବନ୍ଦରରେ ସୋମବାର ଦିନ ଡେଲ୍ଟା ଏୟାରଲାଇନ୍ସର ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଓଲଟି ପଡିଛି।ଏହି ବିମାନଟି ରନୱେରେ ଓଲଟି ପଡିଛି।ଆଶ୍ୱସ୍ତିକର ଖବର ଏହା କି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।ସାମାନ୍ୟ ଭାବରେ ଆହତ 18 ଯାତ୍ରୀଙ୍କୁ ଡାକ୍ତରଖାନା ପଠାଯାଇଛି।ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ,ବର୍ତ୍ତମାନ ଏହାର ତଦନ୍ତ ଚାଲିଛି।ଟୋରଣ୍ଟୋ ଷ୍ଟାର ରିପୋର୍ଟ କରିଛି ଯେ ପିୟର୍ସନ ବିମାନ ବନ୍ଦରରେ ସୋମବାର ଦିନ ଡେଲ୍ଟା ଏୟାରଲାଇନ୍ସର ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଓଲଟିପଡିଥିଲା।ଦୁର୍ଘଟଣା ମଧ୍ୟାହ୍ନ 2.15ସମୟରେ ଘଟିଛି।ଦୁର୍ଘଟଣାଗ୍ରସ୍ତ ବିମାନରେ 76 ଯାତ୍ରୀ ଏବଂ କ୍ରୁ ଦଳର 4 ସଦସ୍ୟ ଥିଲେ।ଦୁର୍ଘଟଣାରେ ସାମାନ୍ୟ ଭାବରେ ଆହତ ହୋଇଥିବା 18 ବିମାନ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି।ଯାତ୍ରୀଙ୍କ ମଧ୍ୟରେ 22 କନାଡା ନାଗରିକ ଏବଂ ଅନ୍ୟମାନେ ବିଦେଶୀ ନାଗରିକ ଥିଲେ।