![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁର୍ଘଟଣାକୁ ନେଇ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଖ ବ୍ୟକ୍ତ କରିଛନ୍ତି ।
ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ” ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁର୍ଘଟଣାକୁ ନେଇ ମନ ବ୍ୟଥିତ । ଏହି ଦୁର୍ଘଟଣାରେ ଜୀବନ ହାରାଇଥିବା ଲୋକଙ୍କର ପରିବାର ସଦସ୍ୟଙ୍କ ପ୍ରତି ସମ୍ବେଦନା ଜଣାଉଛି। ମହାଦେବ ଦିବଙ୍ଗତ ଆତ୍ମାଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ଆହତ ଲୋକମାନେ ଶୀଘ୍ର ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରନ୍ତୁ।”