
ବଲାଙ୍ଗିର, ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ ସିଲଟ ଲିଗ୍ ଇଷ୍ଟ ଜୋନର ଚମ୍ପିୟାନସିପ ଜାନୁଆରୀ ୩୧ତାରିଖରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ବିଲାସପୁରର ବହତ୍ତରାଇ ଠାରେ ଥିବା ଲେଟ ପି ଆର ଯାଦବ ଇଣ୍ଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଇଷ୍ଟ ଜୋନର ପାଞ୍ଚୋଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଛତିଶଗଡ, ୱେଷ୍ଟ ବେଙ୍ଗଲ ଏବଂ ବିହାର ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବାଳିକା ଏହି ଚମ୍ପିୟାନସିପରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ୭୫ ଜଣ ଝିଅ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସବ୍ ଜୁନିୟର ରେ ବଲାଙ୍ଗିର ପେଞ୍ଚାକ୍ ସିଲଟ ଆସୋସିଏସନର ଝିଅ କ୍ରିତିକା ଅଗ୍ରୱାଲ ଅଂଶଗ୍ରହଣ କରି ତୁଙ୍ଗଲରେ ରୌପ୍ୟ ପଦକ ସହ ୪୦୦୦ ଟଙ୍କାର ଚେକ୍ କେସ ଏୱାର୍ଡ ହାସଲ କରିଥିଲେ।ଗୁରୁ ପ୍ରଶାନ୍ତ ପାତ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପେଂଚାକ ସିଲଟ ଆସୋସିଏସନର ମାତ୍ର ଜଣେ ଝିଅ ଅସ୍ମିତା ଖେଲୋ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିରର ଗର୍ବ ଗୌରବ ଅକ୍ଷୁର୍ଣ୍ଣ ରଖିଥିଲେ। କ୍ରିତିକାଙ୍କ କୃତିତ୍ୱ ପାଇଁ ତାଙ୍କର ଶୁଭେଚ୍ଛୁ, ପରିବାର, ବନ୍ଧୁ ବର୍ଗ ଏବଂ ବଲାଙ୍ଗିର ପେଂଚାକ୍ ସିଲଟ ଆସୋସିଏସନର ସଭାପତି ମହେନ୍ଦ୍ର କୁମାର ଦର୍ଜିଙ୍କ ସହ ଆସୋସିଏସନର ସମସ୍ତ ଛାତ୍ର ଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।