ପୁରୀ, ଗତକାଲି ସୋମବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରଣୀରେ ମାଘସପ୍ତମୀ ଉପଲକ୍ଷେ ତୀର୍ଥସ୍ନାନ ସନ୍ଥ ସମିତି ତରଫରୁ ପୂର୍ବ ବର୍ଷ ଭଳି ଶିବିର ସ୍ଥାପନ ହୋଇଥିଲା |
ସଂଧ୍ୟାରେ ସାଧୁସନ୍ଥ ସମାବେଶ , ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ବିତରଣ ଅନୁଷ୍ଠିତ ହୋଇଥିଲା | ମଙ୍ଗଳବାରେ ଭୋରରୁ ତିନି ଠାକୁର ବିଜେ ହେବା ପରେ ସନ୍ଥ ମାନେ ଶୋଭା ଯାତ୍ରା ରେ ଯାଇ ମାଘ ସପ୍ତମୀ ବୁଡ଼ ସମ୍ପର୍ଣ୍ଣ କରିଥିଲେ | ପ୍ରାୟ ପନ୍ଦର ହଜାର ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି ପ୍ରସାଦ ବିତରଣ କରାଯାଇଥିଲା |
ସମିତିର ସଭାପତି ଶ୍ରୀମହନ୍ତ ରାମକୃଷ୍ଣ ଦାସ ମହାରାଜ , ରାଧା ବଲ୍ଲଭ ମଠ , ପୁରୀ ଧାମଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା | ନିକଟସ୍ଥ ରାଧାବଲ୍ଲଭ ମହାବିଦ୍ୟାଳୟର ଛାତ୍ରମାନେ ସେବା ପ୍ରଦାନ କରିଥିଲେ | ଚନ୍ଦ୍ରଭାଗା ତୀର୍ଥ ସ୍ନାନ ସନ୍ଥ ସମିତିର ସମ୍ପାଦକ ମନୋଜ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Related Stories
February 4, 2025