
ବ୍ରହ୍ମପୁର : ବୁଧବାର ଗଂଜାମ ଜିଲ୍ଲା ସପ୍ତମ ସାଧାରଣ ଅଧିବେଶନ ଜିଲ୍ଲାପରିଷଦ ବୈଠକ ଛତ୍ରପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲାପରିଷଦ ଅଧକ୍ଷା ସୋନାମ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗିୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାସହିତ ମାନ୍ୟବର ବିଧାୟକ ପୋଲସରା ତଥା ଗଂଜାମ ଜିଲ୍ଲା ଯୋଜନା ଵୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ, ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଙ୍କ ସହ ଜିଲ୍ଲାର ସମସ୍ତ ସାଂସଦ ବିଧାୟକ ମାନେ ଉପସ୍ଥିତ ଥିଲେ । ଜିଲ୍ଲାର କୃଷି ସମବାୟ, ସ୍ୱାସ୍ଥ୍ୟ, ସମାଜ ଓ,ଗ୍ରାମ୍ୟ ଜଳପରିମଳ,ମହାତ୍ମା ଗାନ୍ଧୀଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ପ୍ରମୁଖ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । କାଳିଆ ଯୋଜନା ରେ ଜିଲ୍ଲାର ସମସ୍ତ ଚାଷୀଙ୍କୁ ଟଙ୍କା

ଏଯାବତ କାହିଁକି ମିଳିନି ଯଥାଶୀଘ୍ର ସମସ୍ତ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବାକୁ ଗୋପାଳପୁର ବିଧାୟକ ଡ଼. ପାଣିଗ୍ରାହୀ ଉପସ୍ଥିତ କୃଷି ଅଧିକାର ଙ୍କୁ କହିଥିଲେ ତା ସହିତ ଜିଲ୍ଲାରେ କିପରି ମାଣ୍ଡିଆ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିବେ ସେଥି ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ଜିଲ୍ଲାରେ ଚାଷୀମାନେ ଏଯାବତ ଧାନ ବିକିପାରି ନାହାନ୍ତି ଜିଲ୍ଲାର ଚାଷୀ ମାନେ କାହିଁକି ଆନ୍ଦ୍ର କୁ ନିଜର ଧାନ ବିକୁଛନ୍ତି ଏହି ସବୁ ପ୍ରଶ୍ନ ଉପସ୍ଥିତ ଥିବା ଯୋଗାଣ ଅଧିକାରୀ ଙ୍କୁ ଜନ ପ୍ରତିନିଧି ମାନେ ପଚାରିଥିଲେ । ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଗୁଡିକରେ ଡାକ୍ତର ନିଯୁକ୍ତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ରେ 537 ଡ଼କ୍ଟର ଆବଶ୍ୟକ ବେଳେ ଅଛନ୍ତି 192 । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜ଼ିଲ୍ଲା ବିଜେଡ଼ି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ବିଧାୟକ/ବିଧାୟିକା ଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO