
-
ଏଥର ଯାତ୍ରାରେ ଅଶିଳ ନୃତ୍ୟ ସଂପୂର୍ଣ୍ଣ ନିଷିଦ୍ଧ
-
ଯଜ୍ଞ ଓ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେବ ପାହାଡ଼ ପାଦଦେଶ
ଭୁୁବନେଶ୍ୱର ,ଆଜି ଖଣ୍ଡଗିରି ସ୍ଥିତ ପାନ୍ଥିକା ଠାରେ ଏକାମ୍ର ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏହି ସମ୍ମିଳନୀ ରେ ସେ ଘୋଷଣା କଲେକି ଚଳିତ ମାସ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ସ୍ଥିତ ପାନ୍ଥିକା ପରିସରରେ ଏକ ବିରାଟ ଓ ଭବ୍ୟ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି,ଯାହାର ନାମ “ଐର ଖାରବେଳ ମହୋତ୍ସବ ୨୦୨୫ “।ଐର ଖାରବେଳ ମହୋତ୍ସବ କମିଟି ଓ ନୃତ୍ୟ ଗବେଷଣା ଅନୁଷ୍ଠାନ ଅନୁଚିନ୍ତମ୍ ଦ୍ଵାରା ଏହି ମହୋତ୍ସବ ପାଳିତ ହେବ। ଏଥିରେ ଦେଶ ବିଦେଶର ବହୁ ସୁନାମ ଧନ୍ୟ ନୃତ୍ୟ, ନାଟକ, ସିନେ ତାରକା ଓ କଣ୍ଠ ଶିଳ୍ପୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଖଣ୍ଡଗିରି କୁମ୍ଭ ମେଳା ଅବସରରେ ଏହାର ଆନନ୍ଦ ନେବା ପାଇଁ ବିଧାୟକ ଶ୍ରୀ ସିଂ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।
ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ଖଣ୍ଡଗିରିରେ ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ।ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ଏଥିପାଇଁ ପ୍ରସ୍ତୁତ ରହିଛି ୧୦୦ଟି ଠେଙ୍ଗା । ଯେଉଁଠି ଅଶ୍ଲୀଳ ନୃତ୍ୟ ଦେଖାଯିବ ସେଇଠି ପଡିବ ଠେଙ୍ଗା ପାହାର ।ଏଥିପାଇଁ ଆଜି ମା ବାରଭୂଜାଙ୍କ ପାଖରେ ଏହି ଠେଙ୍ଗା ପୂଜା ହୋଇଛି । ଏଥିପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯିବ । ଯେଉଁଥିରେ ପ୍ରସ୍ତୁତ ରହିବେ ଠେଙ୍ଗାଧାରୀ ଯୁବକ।ପୂର୍ବରୁ ଘୋଷଣା କରିଥିଲୁ । ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା କଥା କୁହଯାଉଛି । ଓଡ଼ିଶାର ସଂସ୍କୃତିକୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ବ । ଆସନ୍ତାକାଲି ଠାରୁ ଖଣ୍ଡଗିରି ଉଦୟଗିରିରେ ମେଳା ଆରମ୍ଭ ହେବ । କୁମ୍ଭ ମେଳା ସହ ଅନେକ ଅପେରା ପାର୍ଟି ଆସି ଏଠାରେ ଯାତ୍ରା କରିଥାନ୍ତି । ଯାହାକି 7ରୁ8 ଦିନ ଚାଲେ । ଆମେ ମୋବାଇଲରେ ଦେଖିଛୁ ଗତ କିଛି ଦିନ ହେଲା ଅଶ୍ଲୀଳତା ବ୍ୟାପୁଛି । ଯାହାକି ଆମ ସଂସ୍କୃତି ନୁହେଁ । ଯୁବପିଢି ମଧ୍ୟ ସେଥିରେ ଭ୍ରମିତ ହେଉଛନ୍ତି । ଆମେ ଘୋଷଣା କରିଥିଲୁ ଆମ ସଂସ୍କୃତିକୁ ନଷ୍ଟ କରିଦିଆଯିବ ନାହିଁ ।‘ଏହା ଏକ ତପପୀଠ । ଏଠାରେ କେବଳ ସାଂସ୍କୃତିକ କାର୍ଯ୍ୟ ନୁହେଁ ଆଧ୍ୟାତ୍ମିକ କାର୍ଯ୍ୟ ମଧ୍ୟ ହୁଏ । ଏସବୁକୁ ଆଖି ଆଗରେ ରଖି ଆମେ ଘୋଷଣା କରିଥିଲୁ । ଅଶ୍ଲୀଳତାକୁ ଏଠାରେ ପ୍ରଶୟ ଦିଆଯିବ ନାହିଁ । ଅପେରା ମାଲିକଙ୍କୁ କୁହାଯାଇଛି । ପ୍ରଶାସନକୁ ଅନୁରୋଧ କରାଯାଇଛି । ତାହା ସତ୍ତ୍ବେ ମଧ୍ୟ କିଛି କଳାକାର ଏପରି ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ସେମାନଙ୍କୁ ସାବଧାନ କରିବା ପାଇଁ ଆଜି ଏଠାରେ ଠେଙ୍ଗା ପୂଜନ ହେଲା ।ଯେତେବେଳେ ପାପର ବୃଦ୍ଧି ହୁଏ ତାହାକୁ ନାଶ ପାଇଁ ଅସ୍ତ୍ର ମଧ୍ୟ ଧରିବାକୁ ପଡିଥାଏ । ଅତୀତରେ ମା’ ଦୁର୍ଗା ଧରିଥିଲେ । ଏକଥାର ପୁନରାବୃତ୍ତି ହେବାକୁ ଯାଉଛି । ସମସ୍ତେ ମିଶି ନିଷ୍ପତ୍ତି ନେଇଛୁ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ । ତାହାକୁ ବଞ୍ଚାଇବାକୁ ପଡିବ । ଆମେ କାହାକୁ ବ୍ୟାନ କଥା କହିନାହୁଁ । ଯଦି କୌଣସି କମିଟି ଅଶ୍ଲୀଳତା ପ୍ରଦର୍ଶନ କରନ୍ତି । ସେଠାରେ ନାଚ ନିଶ୍ଚୟ ବନ୍ଦ ହେବ । ସେମାନଙ୍କୁ ସବୁଦିନ ବ୍ୟାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିବୁ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅନୁରୋଧ କରିବୁ ଏପରି ଅପେରାକୁ ଏଠାରେ ପ୍ରଶୟ ଦିଅନ୍ତୁ ନାହିଁ ।ଅଶ୍ଳୀଳ ନୃତ୍ୟ ନୁହେ କେବଳ ଦ୍ଵି-ଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଯେଉଁମାନେ ଏପରି କରୁଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବୁ । ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ରାଷ୍ଟ୍ରର ବିରୋଧୀ । ସରକାର ନିଶ୍ଚିତ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି ଅଶ୍ଲୀଳତା ହେବ ଠେଙ୍ଗା ମଧ୍ୟ ନିଶ୍ଚିତ ତା’ କାମ କରିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ଅନୁଚିନ୍ତମ୍ ର ପ୍ରତିଷ୍ଠାତା ତଥା ଡ. ଶ୍ରୀନିବାସ ଖଟୁଆରି, କର୍ପୋରେଟର ରାମଚନ୍ଦ୍ର ରଣସିଂ,ସ୍ଥାନୀୟ ନେତୃତ୍ଵ ହିଂମାଶୁ ଶେଖର ଛୋଟରାୟ, ସୁଭାଷିନୀ ପୃଷ୍ଟି, ଇଦିଶ୍ ଭୁଇଁୟା, ତାପସ ଦଳାଇ, ଧିରେନ୍ ପାତ୍ର, ସ୍ୱୟଂ ସେବକ ରାୟ, ସୁରିୟ ପ୍ରସାଦ ରାଉତରାୟ,ହାପି ଛୁଆଳସିଂ, ଜ୍ଞାନରଞ୍ଜନ ମହାନ୍ତି,ସୁରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।