ଭୁବନେଶ୍ୱର– ମ୍ୟାରେଜ ସିଜିନରେ ଆକ୍ଟିଭ ଲୁଟେରା । ଅତିଥି ବେଶରେ ମଣ୍ଡପକୁ ଆସି ଲୁଟୁନେଲେ ଲକ୍ଷାଧିକ ଟଙ୍କାର ଗିଫ୍ଟ ବ୍ୟାଗ । ଏଭଳି ଘଟଣା ଘଟିଛି ମୈତ୍ରୀବିହାର ଅଂଚଳରେ ଥିବା ଏକ ବିବାହ ମଣ୍ଡପରେ । ଗତକାଲି ସନ୍ଧ୍ୟାରେ ବିବାହ ମଣ୍ଡପରୁ ଲୁଟ ନେଇ ଅଭିଯୋଗ ହୋଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ କରୁଛି । ଗତବର୍ଷ ସମାନ ଢଙ୍ଗରେ ଏକାଧିକ ବିବାହ ମଣ୍ଡପରେ କଳାକନା ବୁଲାଇଥିଲେ ଲୁଟେରା । ଜଣେ ହେଲେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇନଥିଲା ପୋଲିସ ।
Related Stories
February 3, 2025