ଚମ୍ପୁଆ, ଟ୍ରାକ୍ଟର ଯୋଗେ ଚୋରା ବାଲି ଚାଲାଣ କରୁଥିବା ବେଳେ ଲଘୁ ଖଣିଜ ବିଭାଗ ପକ୍ଷରୁ ଚଢାଉ କରି ଦୁଇଟି ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି। ଆଜି ଭୋର ସକାଳୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ମେର୍ମେଦା ନାଳରୁ ଚୋରା ଚାଲି ଚାଲାଣ ହେଉଥିବା ବେଳେ ଲଘୁ ଖଣିଜ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରି ଚୋରା ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରକୁ ଜବତ କରିଛି । ସୂଚନା ଯୋଗ୍ୟ କି, ଦୀର୍ଘ ଦିନରୁ ଭଣ୍ଡା ମେର୍ମେଦା ନାଳ ବାଲିଘାଟଟି ନିଲାମ ନ ହୋଇ ମୁକୁଳା ପଡ଼ି ଥିବାରୁ ବାଲି ମାଫିଆ ମାନେ ଟ୍ରାକ୍ଟର ଓ ହାଇୱା ଯୋଗେ ଦୈନିକ ଟ୍ରିପ୍ ଟ୍ରିପ୍ ବାଲି ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ନେଇ ଆଜି ମେର୍ମେଦା ବାଲି ଘାଟରେ ଲଘୁ ଖଣିଜ ବିଭାଗ ଅଧିକାରୀ ସୁପ୍ରଭା ନାୟକ ଅତର୍କିତ ଭାବେ ଚଢାଉ କରି ଦୁଇଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ତେବେ ଗୋଟିଏ ଗାଡ଼ିରୁ ୭୫ ହଜାର ଓ ଅନ୍ୟ ଗୋଟେ ଗାଡ଼ିରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ଗାଡି ଦୁଇଟିକୁ ଛାଡ଼ି ଦିଆ ଯାଇଥିବା ଜଣା ପଡ଼ିଛି ।
Related Stories
February 2, 2025