-
ସଂସଦରେ ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
ସିଏଏକୁ ସମର୍ଥନ , ଏନଆରସିକୁ ବିରୋଧ କରିବ ବିଜେଡି
ଭୁବନେଶ୍ୱର – ସଂସଦରେ ଓଡିଶା ସାଂସଦମାନେ ସେମାନଙ୍କ ପ୍ରଦର୍ଶନ ସମ୍ପର୍କରେ ରିପୋର୍ଟ ଦେବାପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଉପସ୍ଥିତ ରହି ଓଡିଶାର ସମସ୍ୟା ଉଠାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଦିନ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାର୍ଲାମେଂଟାରୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକ ପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ସାଂସଦମାନେ ସଂସଦରେ ରହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଏବଂ ପ୍ରଶ୍ନ କରୁଛନ୍ତି । ଏହାର ଟ୍ରାକିଂ କରାଯିବ । ରାଜ୍ୟର ସ୍ୱାର୍ଥ ଓ ନାର୍ଯ୍ୟ ଦାବିକୁ ଉଠାଇବା ପାଇଁ ସାଂସଦମାନଙ୍କୁ କୁହାଯାଇଛି । ମହାନଦୀ , ପୋଲାଭରମ୍ ପ୍ରସଙ୍ଗ ଉଠାଇବା ସହ ଜିଏସଟି କ୍ଷତିପୂରଣ, କୋଇଲା ରୟାଲଟି ବୃଦ୍ଧି , କ୍ଲିନ୍ ଏନର୍ଜି ସେସ୍ ଦାବି କରିବାକୁ କୁହାଯାଇଛି । ଜାତିଭିତିକ ଜନଗଣନାରେ ଓବିସିକୁସାମିଲ କରିବା ,ବିଧାନ ପରିଷଦ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସିଏଏ କୁ ସମର୍ଥନ କରୁଛୁ କିନ୍ତୁ ଏନଆରସିକୁ ନୁୁହେଁ । ଏନପିଆରରେ କିଛି ସଂଶୋଧନ କରିବାପାଇଁ ଚାହିଁଥିଲୁ । କେନ୍ଦ୍ର ସରକାର ସେଥିରେ ରାଜି ହୋଇଛନ୍ତି ।
ସେହିପରି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଓଡିଶାର ନାର୍ଯ୍ୟ ଦାବି ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇର ବାକିଆ କାମ ଶୀଘ୍ର ସାରିବାକୁ ଦାବି କରାଯିବ ।