ଏଥିରେ ପଶ୍ଚିମବଙ୍ଗର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ ଉଦ୍ୟୋଗୀଗଣ ଅଂଶଗ୍ରହଣ କରିଥିଲେ । କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କଲେ ପେଟ୍ରୋକେମିକାଲ କ୍ଷେତ୍ରରେ ଡାଉନ୍ଷ୍ଟ୍ରିମ୍ ସେକ୍ଟରଗୁଡ଼ିକର ବିକାଶ ସମ୍ଭବପର ହୋଇପାରିବ । ସେହି ସଂପର୍କରେ ହଳଦିଆ ପେଟ୍ରୋକେମିକାଲସ୍, ଗେଲ୍ ପ୍ରଭୃତି ପ୍ରମୁଖ ଉଦ୍ୟୋଗୀଗଣ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଇପିକଲ ପରି·ଳନା ନିର୍ଦ୍ଦେଶକ ତଥା ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଡ. ଜୱାଲେ ଡାଉନ୍ଷ୍ଟ୍ରିମ୍ ପେଟ୍ରୋକେମିକାଲ୍ ୟୁନିଟ୍ର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିବେଶ ଅନୁକୂଳ ବାତାବରଣ ପ୍ରସ୍ତୁତ କରାଯାଇଥିବା ବିଧିବଦ୍ଧ ବ୍ୟବସ୍ଥାର କେତେକ ପ୍ରମୁଖ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।
ରାଜ୍ୟରେ ପ୍ରସ୍ତାବିତ ହଳଦିଆ ପେଟ୍ରୋକେମିକାଲ ଦ୍ୱାରା ପୁଞ୍ଜିନିବେଶ ଏବଂ ଭାରତ ତୈଳ ନିଗମର ସଂପ୍ରସାରଣ ଯୋଜନା ଓ ଏଥିରୁ ଉତ୍ପାଦିତ କଂଚାମାଲ ରାଜ୍ୟରେ ଆଗାମୀ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବା ସହ ଅନୁକୂଳ ଶିଳ୍ପ ପରିବେଶ ଆଣିଦେବ । ସହରୀକରଣ ବୃଦ୍ଧି ଓ ଅର୍ଥ ବ୍ୟବସ୍ଥାର ବିକାଶ ସହିତ ପ୍ରେଟ୍ରୋକେମିକାଲ୍ର ମହତ୍ୱପୂର୍ଣ୍ଣ ବିକାଶ ଦେଖିବା ଆବଶ୍ୟକ ହୋଇପଡ଼ିଛି । ୨୦୩୧-୩୨ ମସିହା ସୁଦ୍ଧା ପୂର୍ବ ଭାରତରେ ୦.୫ ଟ୍ରିଲିୟନ୍ରୁ ୨.୫ ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ହେବାର ସମ୍ଭାବ୍ୟ ହୋଇପଡ଼ିଛି । ପୂର୍ବ ଭାରତର ବିକାଶ ଦିଗରେ ପେଟ୍ରୋକେମିକାଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯେଉଁଥିରେ ଓଡ଼ିଶା ରାଜ୍ୟ ମଧ୍ୟ ଅଂଶୀଦାରୀ ପ୍ରମୁଖ ରାଜ୍ୟ ଭାବେ ଉଭାହେବ ।