ନୂଆଦିଲ୍ଲୀ– ରାଜନୈତିକ ଜୀବନରୁ ସନ୍ନ୍ୟାସ ନେବା ଘୋଷଣାର ଦିନକ ପରେ ଶନିବାର ୱାଇଏସଆରସିପି ନେତା ଭି ବିଜୟସାଇ ରେଡ୍ଡୀ ରାଜ୍ୟସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ରେଡ୍ଡୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ କୌଣସି ରାଜନୈତିକ ପାର୍ଟିରେ ସାମିଲ ହେଉନାହିଁ । ମୁଁ କୌଣସି ରାଜନୈତିକ ଫାଇଦା, ପଦ କିମ୍ବା ଆର୍ଥିକ ଫାଇଦା ପାଇଁ ଇସ୍ତଫା ଦେଇନାହିଁ । ଏହା ସଂପୂର୍ଣ୍ଣ ଭାବେ ମୋର ବ୍ୟକ୍ତିଗତ ନିଷ୍ପତି । ଏଥିପାଇଁ ମୋ ଉପରେ କୌଣସି ଚାପ କିମ୍ବା କୌଣସି ପ୍ରଭାବ ନାହିଁ । ରେଡ୍ଡୀ ଲେଖିଛନ୍ତି ଯେ, ସେ ୱାଇଏସଆରସିପି ପରିବାରର ରଣଦାତା ଅଟନ୍ତି, ଯିଏକି ମୋ ଉପରେ ଭରସା କରିଛନ୍ତି । ବିଜୟସାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବି ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଉଭୟ ନେତା 9 ବର୍ଷ ଯାଏ ସଂସଦରେ ତାଙ୍କୁ ଭରପୂର ସୁଯୋଗ ଦେଇଛନ୍ତି, ଯାହାଦ୍ୱାରା ତେଲୁଗୁ ଭାଷା ରାଜ୍ୟରେ ତାଙ୍କ ପରିଚୟ ସୃଷ୍ଟି ହୋଇଛି ।