ନୂଆଦିଲ୍ଲୀ– ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତ୍ୟାଗ ଓ ସମର୍ପଣର ପ୍ରତିମୂର୍ତ୍ତି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୀବନ ଦେଶସେବା, ସାମାଜିକ ଉତ୍ଥାନ ଓ ଜନକଲ୍ୟାଣର ଅପ୍ରତିମ ସାଧନାର ପ୍ରତୀକ ଥିଲା । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସକ୍ରିୟା ଭୂମିକା ଓ ସ୍ୱାଧୀନ ଭାରତର ରାଜନୀତିରେ ତାଙ୍କ ଯୋଗଦାନ ଦେଶ କେବେ ଭୁଲିବ ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସମରସତା କ୍ଷେତ୍ରରେ ତାଙ୍କ ଯୋଗଦାନ ଦେଶକୁ ନୂଆ ରାସ୍ତା ଦେଖାଇଥିଲା । ତାଙ୍କ ପୁଣ୍ୟତିଥି ଅବସରରେ ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳି ଅର୍ପଣ କରୁଛି ।