କୋଲକାତା-ଆରଜୀ କର ମେଡିକାଲ କଲେଜର ଡାକ୍ତର-ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ସିୟାଲଦହ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ତେବେ ଏହି ମାମଲାରେ ପୋଲିସ ଏବଂ ଡାକ୍ତଖାନା ପ୍ରଶାସନର କାର୍ଯ୍ୟକାରିତା ଉପରେ ମଧ୍ୟ କୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।
ଜଜ ଅନିର୍ବାଣ ଦାସ ତାଙ୍କ ରାୟରେ ଲେଖିଛନ୍ତି ଯେ ଘଟଣାର ଏଫଆଇଆର ପଞ୍ଜିକରଣ କରିବାବେଳେ ପୋଲିସ ଅନେକ ତ୍ରୁଟି ଛାଡିଛି ।ଟାଲା ଥାନାର ସବ ଇନ୍ସିପେକ୍ଟର ସୁବ୍ରତ ଚାଟାର୍ଜୀ ଏହି ନିୟମକୁଉଲଙ୍ଘନ କରିଛନ୍ତି।
ନିଷ୍ପତ୍ତିରେ ଜଜ କହିଛନ୍ତି ଯେ ଘଟଣା ଦିନ ନଅ ଅଗଷ୍ଟ 2024ରେ ଏସଆଇ ସୁହ୍ରତ ଅପରାହ୍ନ ତିନିଟା ସମୟରେ ଡ୍ୟୁଟିରେ ଜଏନ କରିଥିଲେ।ଏହାପରେ ସେ ଆରଜୀ କର ମେଡିକାଲ କଲେଜରେ ହୋଇଥିବା ଘଟଣାର ସୁଚନା ମିଳିଥିଲା।ତେବେ ଏଫଆଇଆର ଦାଖଲ କରିବାରେ ବିଳମ୍ବ ହୋଇଥିଲା।ରାତି 11.45 ସମୟରେ ଏଫଆଇଆର ପଞ୍ଜିକୃତ ହୋଇଥିଲା,କିନ୍ତୁ ଏଥିରେ ଉଲ୍ଲେଖ କରାଯାଇଥିବା ସମୟ ସକାଳ 10.10 ଲେଖାଯାଇଥିବାବେଳେ ଏସଆଇ ଡ୍ୟୁଟିରେ ଉପସ୍ଥିତ ନ ଥିଲେ।ଜଜ ଏହାକୁ ବେଆଇନ ବୋଲି ବର୍ଣ୍ଣନା କରି ଲେଖିଛନ୍ତି ଏସଆଇ କୋର୍ଟରେ ଠିଆ ହୋଇ ତାଙ୍କ ବେଆଇନ କାର୍ଯ୍ୟକଳାପକୁ ସ୍ୱୀକାର କରିଥିଲେ,ଯାହା ଶୁଣିବା ଆଶ୍ଚର୍ଯ୍ୟଜନକ।ଏହି ନିଷ୍ପତ୍ତିର କପିକୁ ରାତ କୋର୍ଟର ୱେବସାଇଟରେ ଅପଲୋଡ କରିଛି ,ଯେଉଁଥିପାଇଁ ଏହି ସବୁ ଜିନିଷ ସାମ୍ନାକୁ ଆସିଛି।