ଶିମଲା– ହିମାଚଳ ପ୍ରଦେଶରେ ଶୀତଲହର ପ୍ରକୋପ ବଢିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ଅନୁସାରେ ଜାନୁୟାରୀ 21ରୁ 24 ଯାଏ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଓ ବରଫପାତ ରହିଛି । ବିଶେଷ କରି ଜାନୁୟାରୀ 22 ଯାଏ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ 20ରେ ରାଜ୍ୟର ପାହାଡିଆ ଅଂଚଳରେ ଘନ କୁହୁଡି ଆଲର୍ଟ ଦିଆଯାଇଛି ।ଜାନୁୟାରୀ 21ରୁ ରାଜ୍ୟରେ ପାଣିପାଗର ମିଜାଜ ବଦଳିବ । ଲାହୌଲ ସ୍ପିତି, କିନୌର, କୁଲୁ, ଚମ୍ବା, ମଣ୍ଡି ଜିଲ୍ଲାରେ ମଧ୍ୟରୁ ପ୍ରବଳ ବରଫପାତର ସମ୍ଭାବନା ରହିଛି । ସେହିପରି ଶିମଲା, ସୋଲନ, କାଂଗଡା, ହମିରପୁର, ବିଳାସପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
Related Stories
January 19, 2025