ଚଣ୍ଡିଗଡ– ପଂଜାବର ଅମୃତସର ଜିଲ୍ଲାର ଜୈତିପୁର ଗାଁରେ ଗତକାଲି ରାତିରେ ମଦ ବ୍ୟବସାୟୀ ଅମନଦୀପ ଜୈତିପୁରିଆଙ୍କ ଘର ଉପରକୁ ଗ୍ରେନେଡ ମାଡ ହୋଇଛି । ଏହି ଆକ୍ରମଣରେ କୌଣସି ଧନଜୀବନ ହାନି ହୋଇନି । ପଂଜାବ ପୋଲିସ ଏନେଇ କିଛି କହିନଥିବା ବେଳେ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
କୁହାଯାଉଛି ଯେ, ମଦ ବ୍ୟବସାୟୀ ଅମନଦୀପ ଡେରା ବାବା ନାନକରୁ ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରନ୍ଧାୱାଙ୍କର ନିକଟତମ । ଜୈତିପୁର ଗାଁର ମଜିଠା ଅଂଚଳରେ ବାଇକରେ ତିନିଜଣ ଯୁବକ ଆସି ଅମନଦୀପଙ୍କ ଘର ଉପରକୁ ଗ୍ରେନେଡ ଫିଙ୍ଗିଥିଲେ । ଏହାଦ୍ୱାରା ଜୋରଦାର ହଙ୍ଗାମା ହୋଇଥିଲା । ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
Related Stories
January 16, 2025