ଭୁବନେଶ୍ୱର– ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଏମପି ଏମଏଲଏ କୋଟା ଉଛେଦ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ନେଇ ବିଭାଗ ଆଲୋଚନା କରି ପଦକ୍ଷେପ ନେଇ ବିଚାର କରିବ । ଆଦର୍ଶ ବିଦ୍ୟାଳୟରେ ଭଲ ରେଜଲ୍ଟ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଯୋଜନା ହେଉଛି । ଶିକ୍ଷକ ଅଭାବ ଦୂର କରିବାକୁ ଟିଜିଟି ପିଜିଟି ଶିକ୍ଷକ ଦିଆଯାଉଛି । 16009 କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ 28 ହଜାର ଶିକ୍ଷକ ନିଯୁକ୍ତି ଦେଵେ ସରକାର ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
January 16, 2025