ମୁମ୍ବାଇ -ଚଳଚ୍ଚିତ୍ର ଅଭିନେତା ସୈଫ ଅଲୀ ଖାନ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ଛୁରୀ ଆକ୍ରମଣରେ ଆହତ ହୋଇଛନ୍ତି।ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ତାଙ୍କର ଅବସ୍ଥା ବିପଦରୁ ବାହାରିଥିବା କୁହାଯାଉଛି।ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କ ଘରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପ୍ରଥମେ ତାଙ୍କ ଚାକରାଣୀ ସହିତ ଯୁକ୍ତିତର୍କ ହୋଇଥିଲା।ଏହି ସମୟରେ ସୈଫ ପହଁଞ୍ଚିଥିଲେ ଏବଂ ଯେତେବେଳେ ସେହି ବ୍ୟକ୍ତିଙ୍କୁ କାରଣ ପଚାରିଥିଲେ ,ସେତେବେଳେ ସେ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ।
ଲୀଳାବତୀ ହସ୍ପିଟାଲର ସୀଓଓ ଡା.ନୀରଜ ଉତ୍ତଭାନୀ କହିଛନ୍ତି ଯେ ସୈଫଙ୍କୁ ତାଙ୍କ ସ୍ଥାନକୁ ସକାଳ ସାଢେ ତିନିଟା ସମୟରେ ଅଣାଯାଇଥିଲା।ତାଙ୍କ ଶରୀରରେ ଛଅଟି କ୍ଷତ ମିଳିଥିଲା।ମେରୁଦଣ୍ଡ ଏବଂ ଗଳା ନିକଟରେ ଗଭୀର ଆଘାତ ଲାଗିଛି।ସକାଳ ସାଢେ ପାଞ୍ଚଟା ସମୟରେ ତାଙ୍କର ସର୍ଜରୀ କରାଯାଇଛି।ସେ ବିପଦରୁ ବାହାରିଛନ୍ତି।ପୋଲିସ କହିଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କ ମୋବାଇଲ ଫୋନ ଯାଞ୍ଚ କରାଯାଉଛି।ଚଳଚ୍ଚିତ୍ର ଅଭିନେତା ସୈଫ ଅଲୀ ଖାନଙ୍କ ବାନ୍ଦ୍ରା ସଦଗୁରୁ ଶରଣ ବିଲ୍ଡିଙ୍ଗରେ ବିଳାସପୁର୍ଣ୍ଣ ତିନି ବଖରା ଘର ଅଛି।ଏଥିରେ ଛାତ ,ବାଳକନୀ ଏବଂ ସ୍ୱିମିଙ୍ଗ ପୁଲ ମଧ୍ୟ ଅଛି।ଏହି ଆପାର୍ଟମେଣ୍ଟରେ ସୈଫ କରୀନା କପୁର ଖାନ ଏବଂ ପିଲାମାନେ ତୈମୁର ଏବଂ ଜେହ ମଧ୍ୟ ସେମାନଙ୍କ ସହ ରୁହନ୍ତି।