ବଲାଙ୍ଗିର– ରାଜ୍ୟ ସାମ୍ବାଦିକ ସଂଗଠନ (ଏସ.ୟୁ.ଜେ) କଣ୍ଟାବାଞ୍ଜି ଶାଖା ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ କଣ୍ଟାବାଞ୍ଜି ଅଞ୍ଚଳରେ ଗରିବ ଶ୍ରେଣୀର ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ମକର ସଂକ୍ରାନ୍ତି ଅବସରରେ କଣ୍ଟାବାଞ୍ଜି ଏନଏସି ଅନ୍ତର୍ଗତ ସମସ୍ତ ମନ୍ଦିର ସାମ୍ନାରେ ବସିଥିବା ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ରାଜ୍ୟ ସାମ୍ବାଦିକ ସଂଗଠନର ବଲାଙ୍ଗୀର ଜିଲ୍ଲା ଉପ ସଭାପତି ତଥା ସମାଜସେବୀ ରୋହନ କୁମାର ମହତ ଙ୍କ ନେତୃତ୍ୱ ରେ ବୃଦ୍ଧ, ବୃଦ୍ଧା ଓ ମହିଳାଙ୍କୁ ଶୀତ ବସ୍ତ୍ର ର ବଣ୍ଟନ କରା ଯାଇଥିଲା । ଗରିବ ଶ୍ରେଣୀର ଲୋକମାନଙ୍କୁ ଏହି ହାଡଭଙ୍ଗା ଶୀତ ସହ ଅନ୍ୟ ପାଗରେ ସୁହାଇଲା ଭଳି ବେଡସିଟ ବଣ୍ଟନ କରାଯାଇଥିବାରୁ ଅନେକ ସଙ୍ଗଠନ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ସାମ୍ବାଦିକ ତୁଳସୀ ରାମ ଜଗତ, ମୋହନ ସୁନା , ଅମ୍ରିତା ଛତ୍ରିଆ ,ଯୁଗଳ କିଶୋର ଶବର, ବିକାଶ ଶର୍ମା, ମୀନକେତନ ନିଆଲ, ରାକେଶ ସରାଫ, ଉଷା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।