ଜମ୍ମୁ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଜମ୍ମୁର ଅଖନୁର ସୀମା ଅଂଚଳରେ 108 ଫୁଟ ଉଚ୍ଚର ଜାତୀୟ ପତାକା ଉଡାଇବା ସହ ଏକ ହେରିଟେଜ ମ୍ୟୁଜିୟମର ଉଦଘାଟନ କରିଛନ୍ତି । ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଜନାଥ ସିଂହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ସହିତ ଲେଫ୍ଟିନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ବରିଷ୍ଠ ଅଧିକାରୀମାନେ କଡା ସୁରକ୍ଷା ମଧ୍ୟରେ ସ୍ୱାଗତ କରିଥିଲେ । ସେ ଟାଂଡା ଆର୍ଟିଲରୀ ବ୍ରିଗେଡରେ ପାଳନ କରାଯାଉଥିବା 9ମ ସଶସ୍ତ୍ର ବଳ ଭେଟରନ୍ସ ଡେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ସଂଗ୍ରହାଳୟରେ ଜମ୍ମୁ କଶ୍ମୀରର ବିଭିନ୍ନ ଯୁଦ୍ଧରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ନାୟକଙ୍କ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି ।