ଗଞାମ– ବ୍ରହ୍ମପୁର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବହୁମୂତ୍ର ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଆମିଷ,କ୍ଷୀର ଜାତୀୟ, ମିଠା, ଅଧିକ ପରିଶ୍ରମ, ଚିନ୍ତା, ଦୁର୍ବଳତା ଯୋଗୁଁ ବୃକକ୍, ଯକୃତ, ପିଟୁଇଟାରି ଗ୍ରନ୍ଥି ଦୁର୍ବଳ ହୋଇ ଆଲବୁମିନ୍, ବସା, ଏମିନୋଏସିଡି ଆଦି ଆସି ବାରମ୍ବାର ପରିସ୍ରା ହୁଏ। ସବୁ ରୁତୁରେ ହେଲେ ମଧ୍ଯ, ଶୀତ ରୁତୁରେ ଅଧିକ ଦେଖାଯାଏ ଜାମୁକୋଳି ମଞ୍ଜି ରସ, କାକ ଦୁମ୍ବର, ଅଁଳା ସମାନ ଭାଗ ନେଇ ଚୁର୍ଣ୍ଣ କରି ସକାଳ ସନ୍ଧ୍ୟା ଦୀର୍ଘ ଦିନ ଖାଇଲେ ଭଲ ହୋଇଯାଏ। ପୃଷ୍ଟିକର ଖାଦ୍ୟ ଖାଇବେ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।