
ଜୟପୁର– ଜୟପୁର ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତ ପଲକାପୁଟ ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେଶବ ପ୍ରଭାତ ଶାଖାର ବନବିହାର ସହ ଶ୍ରୀ ହନୁମାନ ଚାଳିସା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିକୁ ପଲକାପୁଟ ଗ୍ରାମବାସୀ ଆୟୋଜନ କରାଇବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ. ନିରଞ୍ଜନ ମିଶ୍ର, ନିରାକାର ଚୌଧୁରୀ, ଅକ୍ଷୟ ସାହୁ ବୁଲୁ, ବିଜୟ ଭଟ୍ଟମିଶ୍ର, ଡମ୍ବୁରୁଧର ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ସାହୁ, ଗଣେଶ ଆଚାର୍ଯ୍ୟ, ମୋନୋରଞ୍ଜନ ପ୍ରଧାନ, ଅନୁପ ସାମନ୍ତରାୟ, ଦିଲୀପ ସାମନ୍ତରାୟ, କାହ୍ନୁ ସାମନ୍ତରାୟ, ରଜନୀ ନାୟକ, ସୁବ୍ରତ ପଣ୍ଡା ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଉପସ୍ତିତ ଥିଲେ। ଶ୍ରୀ ହନୁମାନ ଚାଳିଶା ପାଠ ପରେ ମକର ଚାଉଳ ସେବନ ପ୍ରସାଦ ରୁପେ ସେବନ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ସତସଙ୍ଗ ପ୍ରମୁଖ କମଳ ଲୋଚନ ସୋମରୋଥ ବୌଦ୍ଧିକ ଦେଇଥିଲେ।