ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଦେଶବାସୀଙ୍କୁ ଲୋହରିର ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଲୋହରି ବ୍ୟତୀତ ମକର ସଂକ୍ରାନ୍ତି, ପୋଙ୍ଗଲ ଓ ମାଘ ବିହୁର ବି ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ରବିବାର ସନ୍ଧ୍ୟାରେ ଜାରି ନିଜ ବାର୍ତ୍ତାରେ କହିଛନ୍ତି ଯେ, ଲୋହରି, ମକର ସଂକ୍ରାନ୍ତି, ପୋଙ୍ଗଲ ଓ ମାଘ ବିହୁ ପର୍ବର ପବିତ୍ର ଅବସରରେ ମୁଁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଏହି ପର୍ବ ଆମର ସମୃଦ୍ଧି ସାଂସ୍କୃତିକ ଐତିହ୍ୟର ପ୍ରତୀକ ଅଟେ ଏବଂ ନିଜ ସହିତ ଉତ୍ସାହ ଓ ଉଲ୍ଲାସ ନେଇ କରିଆସିଥାଏ । ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ରୂପରେ ପାଳନ ହେଉଥିବା ଏହି ପର୍ବ ପ୍ରକୃତି ସହିତ ଆମର ସାମଞ୍ଜସ୍ୟପୂର୍ଣ୍ଣ ସଂପର୍କକୁ ଦର୍ଶାଇଥାଏ । ଲୋକେ ଏହି ଅବସରରେ ପବିତ୍ର ନଦୀରେ ବୁଡ ପକାଇଥାନ୍ତି ଏବଂ ଦାନ-ପୁଣ୍ୟ ବି କରିଥାନ୍ତି ।
ସେ କହିଛନ୍ତି ଏହି ପର୍ବ ମାଧ୍ୟମରେ ଯାହା ଫସଲ ସହିତ ବି ଜଡିତ, ଆମେ ସେହି ପରିଶ୍ରମୀ ଚାଷୀଙ୍କ ପ୍ରତି ଆଭାର ବ୍ୟକ୍ତ କରୁ, ଯେଉଁମାନେ ଦେଶକୁ ଭୋଜନ ଉପଲବ୍ଧ କରାଇବା ପାଇଁ ଅକଥ ପରିଶ୍ରମ ବି କରିଥାନ୍ତି । ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ନେଇ କରିଆସୁ ଏବଂ ଆମେ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ମିଳିତ ଭାବେ ଓ ଅଧିକ ଉତ୍ସାହର ସହିତ କାମ କରିବା ଏହାହିଁ କାମନା କରୁଛି ।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ବି ଜାରି ଏକ ବାର୍ତ୍ତାରେ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଲୋହଡିର ପବିତ୍ର ପର୍ବର ହାର୍ଦ୍ଦିକ ଶୁଭକାମନା । ଫସଲ କଟାର ଏହି ପର୍ବ ପ୍ରକୃତିର କୃପା ଓ ଚାଷୀଙ୍କ ବହୁ ପରିଶ୍ରମ ଓ ସମର୍ପଣର ଉତ୍ସବ ଅଟେ । ମୁଁ କାମନା କରୁଛି ଯେ, ଲୋହଡିର ଏହି ପର୍ବ ଆମ ଘରେ ଉତ୍ସବ, ଖୁସି ଓ ସମୃଦ୍ଧି ଆଣୁ ଏବଂ ଆମର ଦେଶରେ ବିକାଶ ଓ ପ୍ରଗତି ହେଉ ।