ଭୁବନେଶ୍ୱର– ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତିର ଅଦ୍ୱିତୀୟ ପ୍ରବକ୍ତା ତଥା ଯୁବ ଶକ୍ତିର ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଓ ଦେଶବାସୀଙ୍କୁ ଜାତୀୟ ଯୁବ ଦିବସର ଶୁଭକାମନା ।
ସ୍ୱାମୀ ବିବେକାନନ୍ଦ ନିଜର ପ୍ରଖମ ବିଚାର ଓ ଅସାଧାରଣ ବ୍ୟକ୍ତିତ୍ୱରେ ଭାରତୀୟ ସଂସ୍କୃତିର ଗୌରବକୁ ସଂପୂର୍ଣ୍ଣ ବିଶ୍ୱରେ ସ୍ଥାପିତ କରିଥିଲେ । ତାଙ୍କର ଐତିହାସିକ ଚିକାଗୋ ଭାଷଣ ଭାରତୀୟ ଆଧ୍ୟାତ୍ମିକତାର ପରିଚାୟକ ଥିଲା, ଯାହା ବିଶ୍ୱକୁ ମାନବତା, ସହିଷ୍ଣୁତା ଓ ଏକତାର ବାର୍ତ୍ତା ଦେଇଥିଲା । ଆଜି ଯେତେବେଳେ ଭାରତ ନିଜ ପୁନର୍ଜାଗରଣ ସମୟ ଦେଇ ଗତି କରୁଛି, ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଯୁବକଙ୍କୁ ନୂଆ ଶକ୍ତି ପ୍ରଦାନ କରି ତାଙ୍କ ମର୍ଗଦର୍ଶନ କରୁଛି ।