ହରିଚନ୍ଦନପୁର– ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ଜଣେ ଅଟକ । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରେବଣାପଳାଶପାଳ ଠାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ଶନିବାର ବିଳମ୍ବିତ ରାତିରେ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ କେତେ ଜଣ ଦୁର୍ବୃତ୍ତ । ଘଟଣାର ଖବର ପାଇ ଦୈତାରୀ ପୋଲିସ ସେଠାରେ ପହଞ୍ଚି ଜଣକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ରାତି ପ୍ରାୟ ୧୨ଟା ୩୦ ସମୟରେ କେତେ ଜଣ ଦୁର୍ବୃତ୍ତ ଶାବଳ ଓ ଅନ୍ୟ ସାମଗ୍ରୀ ସାହାଯ୍ୟରେ ଏଟିଏମ୍ ର ଟଙ୍କା ଉଠାଣ ପାଇଁ ଥିବା ସମ୍ମୁଖ ଭାଗ ସହ ଭିତର ଲକର୍ ଭାଙ୍ଗି ଦେଇଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ସହଯୋଗୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା ଜାରି ରଖିଛି । ଏଥିସହ ସହଯୋଗ ପାଇଁ ହରିଚନ୍ଦନପୁର ଓ ଘଟଗାଁ ପୋଲିସ ସହ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ରବିବାର ଦିନ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢିବା ସହ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Related Stories
January 12, 2025
January 12, 2025
January 12, 2025