ସୁବର୍ଣ୍ଣପୁର- ସୋନପୁର ରୟାଲ ପଡିଆ ସୋନପୁର ଠାରେ ଅନୁଷ୍ଟିତ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ର ପୁଲ ବି ର ଦ୍ୱତୀୟ ମ୍ୟାଚ ଶାନ୍ତିନଗର (ଝାରସୁଗୁଡା ) ବନାମ ଶିମିଳିପାଳ ୱାଇଲଡ ଟାଇଗର ମୟୁରଭଞ୍ଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ଉଭୟ ଦଳ ୨-୨ ଗୋଲ ରେ ଅମୀମାଂସିତ ହେତୁ ପେନାଲଟିକ ସୁଟ ଆଉଟ୍ ରେ ୪-୩ ଗୋଲ ରେ ଶିମିଳିପାଳ ୱାଇଲଡଟାଇଗର(ମୟୁରଭଞ୍ଜ) ଅଗ୍ରଣୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି l ଆଜିର ମ୍ୟାଚ ରେ ବେଷ୍ଟ ଡିଫେନ୍ସ ବାୟାଧର ସିଂ ( ମୟୁରଭଞ୍ଜ ) ,ବେଷ୍ଟ ଗୋଲ କିପର ବିଶ୍ୱନାଥ ସୋରେନ ( ମୟୁରଭଞ୍ଜ) ବେଷ୍ଟ ମିଡ଼ ଫିଲ୍ଡ ବାପୁନ ନାୟକ ( ଝାରସୁଗୁଡା ) ଏବଂ ହିରୋ ଅଫ ଦି ମ୍ୟାଚ ବାୟାଧର ସିଂ ଏବଂ ବେଷ୍ଟ ୱିଙ୍ଗର୍ ଭାବେ କାଁହୁ ଚରଣ ଟୁଡୁ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା l
ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ RI SNP କାଁହୁ ଚରଣ ମାରାଣ୍ଡି, ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତରଞ୍ଜନ ମିଶ୍ର, ଏସ ଜି ଟି ନୀଳକଣ୍ଠ, ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ , ଲୋକନାଥ ରଥ, ସିରିଜ ଦାସ, ଅଚୁତ ଛତ୍ର, ଅନିଲ ଭୋଇନା, ଶାନ୍ତନୁ ବାଘ, ଉମାକାନ୍ତ ନାଗ ପ୍ରମୁଖ ଯୋଗ ଦାନ କରିଥିଲେ l ମ୍ୟାଚ କୁ ନନ୍ଦୁ ନାୟକ ମୁଖ୍ୟ ରେଫ୍ରି ଏବଂ ସହଯୋଗୀ ରେଫ୍ରି ରାଜେନ୍ଦ୍ର ସେଠ୍, ଜଗତ ଜଗଦଳା ଏବଂ ମ୍ୟା ଚ କମିସନର ଭାବରେ ସନ୍ତୋଷ ପଧାନ ପରିଚାଳନା ଦାୟିତ୍ୱ ତୁଲାଇଥିଲେ l ପ୍ରଶାନ୍ତ ସେଠି ଫୋର୍ଥ ଅଫିସିଆଲ ଦାଇତ୍ୱ ରେ ଥିଲେ l ପୁରସ୍କାର ବିତରଣି କାର୍ଯ୍ୟ କ୍ରମ କୁ ରାଜେନ୍ଦ୍ର ଜଗଦଳା ଏବଂ ସୁରଜ ବାଘ ତୁଲାଇ ଥିବା ବେଳେ ଅନିଲ, ଋଷବ, ନଟ, ରବି, ମହେଶ, ସିଧlର୍ଥ ,ନେଉଳ, ରମେଶ , ଖଗ, ଜନ୍ମେ ସହଯୋଗ କରିଥିଲେ।
ଶନିବାର ଟୁର୍ନାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ଶିମିଳିପାଳ ୱାଇଲଡ ଟାଇଗର ମୟୁରଭଞ୍ଜ ବନାମ ବି ଏସ ଏଫ୍ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ରାକେଶ ନାଗ ପ୍ରକାଶ କରିଛନ୍ତି l